NEET – UG SCAM: ମାଷ୍ଟରମାଇଣ୍ଡକୁ ଗିରଫ କଲା ସିବିଆଇ, ଏନଆଇଟି ସ୍ନାତକ ଓ ୨ ଏମବିବିଏସ ଛାତ୍ର ସାଜିଥିଲେ ସାଁବ୍ଲର…

ଓଡିଶା ଭାସ୍କର: କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ( ସିବିଆଇ ) ନିଟ – ୟୁଜି (NEET- UG) ପେପର ଲିକ ମାମଲାର ‘ମାଷ୍ଟମାଇଣ୍ଡ’ ଓ ‘ସାଁବ୍ଲର’ ବାବରେ କାମ କରୁଥିବା ୨ ଏମବିବିଏସ ଛାତ୍ରଙ୍କୁ ଗିରଫ କରିଛି । ଏକ ରିପୋର୍ଟରୁ ଏହା ଜଣା ପଡିଛି । ପେପର ଲିକରେ ଗିରଫ ହୋଇଥିବା ୨ ‘ସାଁବ୍ଲର’ ଙ୍କ ନାମ କୁମାର ମଙ୍ଗଳମ୍ ବିଷ୍ଣୋଇ ଓ ଦୀପେନ୍ଦ୍ର କୁମାର । ସୋମାନେ ଭରତପୁର ମେଡିକାଲ କଲେଜର ଛାତ୍ର ଅଟନ୍ତି ।

ଏହି ଦୁଇ ଜଣ ପରୀକ୍ଷା ଦିନ ହଜାରିବାଗରେ ନିଜର ଉପସ୍ଥିତି ଜାହିର କରିଥିବା ମାମଲାରୁ ଜଣା ପଡିଛି । କଥିତ ମାଣ୍ଟରମାଇଣ୍ଟ ଜଣକ ବି.ଟେକ ଛାତ୍ର ଅଟେ । ଏବେ ପର୍ଯ୍ୟନ୍ତ ସିବିଆଇ ୧୯ ଜଣଙ୍କୁ ଏହି ମାମଲାରେ ଗିରଫ କରି ସାରିଛି । ଶୁକ୍ରବାର ସିବିଆଇ ରାଞ୍ଚି ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ( ଆରଆଇଏମଏସ ) ର ଏମବିବିଏସ ପ୍ରଥମ ବର୍ଷ ଛାତ୍ରୀ ସୁରଭି କୁମାରୀକୁ ‘ସାଁବ୍ଲର ମଡ୍ୟୁଲ’ ପାଇଁ ଗିରଫ କରିଥିଲା । ପୁଙ୍ଖାନୁପୁଙ୍ଖ ଭାବରେ ତାଙ୍କୁ ପଚାରିବା ପରେ ସିବିଆଇ ତାଙ୍କୁ ଗିରଫ କରିଥିଲା ।
ରାଷ୍ଟ୍ରୀୟ ପ୍ରଦ୍ୟୋଗିକୀ ସଂସ୍ଥାନ ଜମଶେଦପୁରର ୨୦୧୭ ବ୍ୟାଚର ସିଭିଲ ଇଞ୍ଜିନିୟର ପଙ୍କଜ କୁମାର ଉର୍ଫ ଆଦିତ୍ୟଙ୍କୁ ହଜାରିବାଗରେ ଏନଟଟିଏ ଟ୍ରଙ୍କରୁ ନିଟ ୟୁଜି ପେପର ଚୋରି କରିବା ଆରୋପରେ ତାଙ୍କୁ ଗିରଫ କରାଯାଇ ସାରିଛି ।

Get real time updates directly on you device, subscribe now.