Google vs OLA Map: ଗୁଗୁଲ ଓ ଓଲା ମ୍ୟାପ୍ସ ଭିତରେ ଅନ୍ତର କ’ଣ! ଜାଣନ୍ତୁ ଏହି ରିପୋର୍ଟରେ

ଓଡିଶା ଭାସ୍କର: ନିକଟରେ ଓଲା ଇଲେକଟ୍ରିକ ଗୁଗୁଲ ମ୍ୟାପ୍ସଠୁ ନିଜର ସମସ୍ତ ସମ୍ପର୍କକୁ ଛିନ୍ନ କରିଛି । କମ୍ପାନୀ ନିଜର ହିଁ ମ୍ୟାପିଂ ସର୍ଭିସର ଆରମ୍ଭ କରିଛି । କମ୍ପାନୀ ଡିଟିଟାଲ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ନିଜସ୍ୱ ମ୍ୟାପ୍ସ ଆରମ୍ଭ କରିଥିବା ଜଣାପଡିଛି । ଏହା ବିଶେଷରୂପରେ ଭାରତୀୟ ଉଦ୍ୟୋଗ, ଛାତ୍ର ତଥା ସଫ୍ଟୱେର ଡେଭଲପର୍ସଙ୍କ ଆବଶ୍ୟକତାକୁ ପୂର୍ଣ୍ଣ କରିବା ପାଇଁ ତିଆରି କରାଯାଇଛି । ତେବେ ଗୁଗୁଲ ମ୍ୟାପ ଓ ଓଲା ମ୍ୟାପ ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି ଜାଣନ୍ତି!

କହିରଖୁ, ଉଭୟ ଗୁଗୁଲ ମ୍ୟାପ ଓ ଓଲା ମ୍ୟାପ ଡିଜିଟାଲ ମେପିଂ ଓ ନେଭିଗେଶନ ସେବା ଅଟେ । ଓଲା ମ୍ୟାପ୍ସରେ ଭାରତର ସ୍ଥାନୀୟ ସୂଚନା ଅଧିକ ପ୍ରଦାନ କରାଯାଇଛି । ଏହା ଭାରତୀୟ ସୁବିଧାକୁ ଦୃଷ୍ଟିରେ ରଖି ତିଆରି କରାଯାଇଛି । ଗୁଗୁଲ ମ୍ୟାପ୍ସରେ ମଧ୍ୟ ଅନେକ ଫିଚର୍ସ ରହିଛି, ମାତ୍ର ଏଥିରେ କିଛି ସ୍ଥାନୀୟ ସୁବିଧାର କମି ଏବେ ବି ରହିଯାଇଛି ।

ଓଲା ମ୍ୟାପ୍ସ ମୁଖ୍ୟରୂପରେ ଭାରତ ଉପରେ କେନ୍ଦ୍ରିତ ଥାଏ । ମାତ୍ର ଗୁଗୁଲ ମ୍ୟାପ ସାରା ବିଶ୍ୱ ଉପରେ କେନ୍ଦ୍ରୀଭୂତ । ଭାରତର ମୁଖ୍ୟ ସ୍ଥାନଗୁଡିକ ଗୁଗୁଲ ମ୍ୟାପରେ ଜଣେ ଦେଖିବାକୁ ପାଇବ । କିନ୍ତୁ, ଓଲା ମ୍ୟାପରେ ଭାରତର ଛୋଟରୁ ଛୋଟ ସ୍ଥାନ ମଧ୍ୟ ଦେଖିବାକୁ ମିଳେ । ତେବେ ଓଲା ମ୍ୟାପ୍ସର ୟୁଜର୍ସ କମ ରହିବେ ବୋଲି ଆକଳନ କରାଯାଉଛି, ଯେହେତୁ ଏହା ଭାରତ ଉପରେ କେନ୍ଦ୍ରିତ । ସେହିଭଳି ଓଲା ମ୍ୟାପ ଭାରତୀୟ ରାଇଡିଂ- ହେଲିଙ୍ଗ କମ୍ପାନୀ ଓଲା ଇଲେକ୍ଟ୍ରିକ ଦ୍ୱାରା ନିର୍ମିତ ହୋଇଥିବାବେଳେ ଗୁଗୁଲ ମ୍ୟାପ ବିଶ୍ୱର ଏକ ବଡ କମ୍ପାନୀ ଗୁଗୁଲ ନିର୍ମାଣ କରିଛି । ସ୍ଥାନୀୟ ଡାଟା ସ୍ରୋତରେ ଓଲା ପରିଚାଳିତ । ସେପଟେ ଗୁଗୁଲ ମ୍ୟାପ ବୈଶ୍ୱିକ ଡାଟାକୁ ନେଇ ଆଗକୁ ବଢିଥାଏ ।

Get real time updates directly on you device, subscribe now.