fbpx

ବଡ଼ ଖବର; Expired ଔଷଧ ଖାଇ ୩୦ରୁ ଅଧିକ ସ୍କୁଲ ପିଲା ଅସୁସ୍ଥ

ପାରାଦୀପ: ଏକ୍ସପାୟାରୀ ଔଷଧ ଖାଇବା ପରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଅଠରବାଙ୍କୀ ଅଞ୍ଚଳରେ ଏକ ସ୍କୁଲରେ ଏକ୍ସପାୟାରୀ ମେଡିସିନ ଖାଇବା ପରେ ପ୍ରାୟ ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଦେହ ଖରାପ ହୋଇ ପଡ଼ିଛି । ସେମାନଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଠରବାଙ୍କୀ ତଳପଡ଼ା ପ୍ରାଥମିକ ବିଦ୍ୟାଳୟରେ ଏଭଳି ଏକ ଘଟଣା ଘଟିଯାଇଛି । ଏକ୍ସପାୟାର ହୋଇଯାଇଥିବା କିଛି ବଟିକା ଖାଇବା ପରେ ୩୦ରୁ ଅଧିକ ପିଲା ଅସୁସ୍ଥ ହୋଇ ପଡ଼ିଛନ୍ତି । ଅସୁସ୍ଥ ପିଲାମାନଙ୍କୁ ଅଠରବାଙ୍କୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.