fbpx

Indian Railwayରେ ବମ୍ପର ନିଯୁକ୍ତି ସୁଯୋଗ: ୮ ହଜାରରୁ ଅଧିକ ପଦରେ ଚାକିରି, କେବେ କରିବେ ଆବେଦନ?

ନୂଆଦିଲ୍ଲୀ: ଭାରତୀୟ ରେଲୱେରେ ଚାକିରି କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଖୁବଶୀଘ୍ର ରେଲୱେର ଏକ ବଡ଼ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଭାରତୀୟ ରେଲୱେର ଜୁନିୟର ଇଞ୍ଜିନିୟର ଭର୍ତ୍ତି ପ୍ରକ୍ରିୟାରେ ପ୍ରାୟ ୮ ହଜାର ପଦବୀ ପାଇଁ ନିଯୁକ୍ତି ଦିଆଯିବ । ରେଲୱେ ଭର୍ତ୍ତି ବୋର୍ଡ ତରଫରୁ ରେଲୱେର ବିଭିନ୍ନ ଜୋନରେ ଜେଇର ରିକ୍ତ ପଦବୀ ପୂରଣ କରାଯିବ । ଏହି ନିଯୁକ୍ତି ପାଇଁ ଶର୍ଟ ନୋଟିଫିକେସନ୍ ଜାରି କରାଯାଇଛି ।

ରେଲୱେ ଭର୍ତ୍ତି ବୋର୍ଡ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ଜୁନିୟର ଇଞ୍ଜିନିୟର, ଡିପୋ ମାଟେରିଆଲ ସୁପରିଟେଣ୍ଡେଣ୍ଟ, କେମିକାଲ ଆଣ୍ଡ ମେଟଲର୍ଜିକଲ ଆସିଷ୍ଟାଣ୍ଟ, କେମିକାଲ ସୁପରଭାଇଜର(ରିସର୍ଚ୍ଚ) ଏବଂ ମେଲର୍ଜିକଲ ସୁପରଭାଇଜର(ରିସର୍ଚ୍ଚ)ର ମୋଟ ୭,୯୫୧ ପଦରେ ନିଯୁକ୍ତି ପ୍ରଦାନ କରାଯିବ । ରେଲୱେ ଭର୍ତ୍ତି ବୋର୍ଡ ଜୁନିୟର ଇଞ୍ଜିନିୟର ନିଯୁକ୍ତି ପାଇଁ ଆବେଦନ ଅନଲାଇନ୍ ଆବେଦନ ପ୍ରକ୍ରିୟାର ଶୁଭାରମ୍ଭ ଜୁଲାଇ ୩୦ ତାରିଖରୁ ଆବେଦନ କରାଯିବ । ଏହାପରେ ଅଗଷ୍ଟ ୨୯ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ଆବେଦନ କରିପାରିବେ ।

ରେଲୱେରେ ଜୁନିୟର ଇଞ୍ଜିନିୟର ଭର୍ତ୍ତି ପାଇଁ ଆବେଦନ ଶୁଳ୍କ ଭାବରେ ୫୦୦ ଟଙ୍କାର ଶୁଳ୍କ ଦେବାକୁ ପଡ଼ିବ । ତେବେ ଏସସି, ଏସଟି, ଆର୍ଥିକ ରୂପରେ ଦୁର୍ବଳ ଏବଂ ସମସ୍ତ ମହିଳା ପ୍ରାର୍ଥୀଙ୍କୁ କେବଳ ୨୫୦ ଟଙ୍କା ଶୁଳ୍କ ପ୍ରଦାନ କରାଯିବ । ଯଦି ପ୍ରାର୍ଥୀ ଚୟନ ପ୍ରକ୍ରିୟାର ପ୍ରଥମ ଷ୍ଟେଜ ସିବିଟିରେ ସାମିଲ ହେଉଛନ୍ତି, ତେବେ ସେମାନଙ୍କୁ ପରୀକ୍ଷା ଶୁଳ୍କ ବ୍ୟାଙ୍କ ଫିସ୍ କମ୍ କରି ଫେରାଇ ଦିଆଯିବ ।

ଏହି ଭର୍ତ୍ତି ପାଇଁ ପ୍ରାର୍ଥୀଙ୍କୁ ନିଜ ଅଞ୍ଚଳର ସମ୍ବନ୍ଧୀୟ ରେଲୱେ ଭର୍ତ୍ତି ବୋର୍ଡ ଜୋନର ଅଫିସିଆଲ ୱେବସାଇଟରେ ଆକ୍ଟିଭ ହେଉଥିବା ଲିଙ୍କ ଜରିଆରେ ଆପ୍ଲିକେସନ୍ ପେଜକୁ ଯାଇ ଆବେଦନ କରିବାକୁ ହେବ । ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ସହ ଡିଟେଲ୍ଡ ଭର୍ତ୍ତି ନୋଟିଫିକେସନ୍ ଜାରି କରାଯିବ । ପ୍ରାର୍ଥୀଙ୍କ ଭର୍ତ୍ତି ନୋଟିଫିକେସନ୍ ଠିକ୍ ଭାବରେ ପଢିବା ପରେ ଆବେଦନ କରିବାକୁ ହେବ ।

Get real time updates directly on you device, subscribe now.