fbpx

Union Budget Live; ଶସ୍ତା ହେବ ମୋବାଇଲ ଫୋନ୍, ଚାର୍ଜର: ସୁନା, ରୂପା- ଔଷଧ ଉପରେ ଶୁଳ୍କକୁ ନେଇ ବଡ଼ ଘୋଷଣା

ନୂଆଦିଲ୍ଲୀ: ବଜେଟ-୨୦୨୪ରେ ଏକ ବଡ଼ ଘୋଷଣା କରିଛନ୍ତି ଅର୍ତମନ୍ତ୍ରୀ ନିର୍ମଳା ସୀତାରମଣ । ମୋବାଇଲ ପୋନ୍ ରୁ ଆରମ୍ଭ କରି ଔଷଧ ଏବଂ ସୁନା-ରୂପା ମଧ୍ୟ ଶସ୍ତା ହେବ ବୋଲି ଘୋଷଣା କରାଯାଇଛି । ନୂଆ ଆର୍ତିକ ର୍ବେରେ ଏଣିକି କମ୍ ଦାମରେ ବିକ୍ରି ହେବ ଦାମୀ ମୋବାଇଲ ଫୋନ୍ । ଅର୍ତମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ମୋବାଇଲ ଫୋନ୍ ଏବଂ ଚାର୍ଜର ଉପରେଜ ସୀମା ଶୁଳ୍କ ୧୫% ହ୍ରାସ କରାଯାଇଛି । ଯାହା ଫଳରେ ଗ୍ରାହକ କମ୍ ଦାମରେ ମୋବାଇଲ ଫୋନ୍ କିଣିପାରିବେ । ସେହିପରି ସୋଲାର ସେଲ ଏବଂ ପ୍ୟାନେଲ ନିର୍ମାଣ ପଦାର୍ଥ ଉପରେ ସୀମା ଶୁଳ୍କ ଛାଡ଼ କରାଯାଇଛି ।

ଏହାବ୍ୟତୀତ ସୁନା-ରୂପା ଏବଂ ଔଷଧରେ ମଧ୍ୟ ଶୁଳ୍କ ହ୍ରାସ କରାଯାଇଛି । ସୁନା-ରୂପା ଓ ପ୍ଲାଟିନମ୍ ଉପରେ ସୀମା ଶୁଳ୍କ ୬%କୁ ହ୍ରାସ କରାଯାଇଛି । ଅର୍ଥାତ୍ କିଛି ଦିନରୁ ଆକାଶଛୁଆଁ ହୋଇଥିବା ସୁନାଦର ଆଗାମୀ ଦିନରେ ଶସ୍ତା ହେବାକୁ ଯାଉଛି । ଏହାବ୍ୟତୀତ କ୍ୟାନ୍ସର ଔଷଧ ଉପରେ ମଧ୍ୟ ରିହାତି ପାଇବେ ରୋଗୀ । ୩ଟି କ୍ୟାନସର ଔଷଧ ଉପରେ ସୀମା ଶୁଳ୍କ ଛାଡ଼ କରାଯିବ ବୋଲି ବଜେଟ ଅଭିଭାଷଣରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Get real time updates directly on you device, subscribe now.