fbpx

ଆତିଶୀ ମାର୍ଲେନା ଏପରି କ’ଣ କହିଥିଲେ, ଯାହା ପାଇଁ କୋର୍ଟଙ୍କଠାରୁ ନେବାକୁ ପଡିଲା ଜାମିନ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀର ନେତା ଏବଂ ଦିଲ୍ଲୀର ମନ୍ତ୍ରୀ ଆତିଶୀ ମାର୍ଲେନା କୋର୍ଟଙ୍କଠାରୁ ମଙ୍ଗଳାବାର ଦିନ ଜାମିନ ନେବାକୁ ପଡିଲା । ସେ କିଛି ଏପରି କହିଥିଲେ, ଯାହାକୁ ନେଇ ବିଜେପି ନେତା ପ୍ରବୀଣ ଶଙ୍କର କପୁର ତାଙ୍କ ବିରୋଧରେ ମାନହାନି ମାମଲା ରୁଜ୍ଜୁ କରିଥିଲେ । ଏହି ମାମଲାର ଲିଙ୍କ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକ ଟ୍ୱିଟ ସହ ଜଡିତ । ଆସନ୍ତୁ ଜାଣିବା ଏହି ବିଷୟରେ..

ଆତିଶୀ ଗତ କିଛି ଦିନ ତଳେ ଅଭିଯୋଗ ଲଗାଇଥିଲେ ଯେ, ବିଜେପି ଆପ ନେତାମାନଙ୍କୁ ଟଙ୍କାର ଲାଞ୍ଚ ଦେଇ ପାର୍ଟୀରେ ସାମିଲ କରିବାକୁ ଯୋଗାଯୋଗ କରିଥିଲେ । ଏଥିରେ ସେ କୌଣସି ବିଜେପି ନେତାଙ୍କ ନାମ ସ୍ପଷ୍ଟ କରିନଥିଲେ । ବିଜେପି ଏହି ଅଭିଯୋଗକୁ ମିଛ ବୋଲି କହି ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିଲା । ସେହିପରି ବିଜେପିର ଦିଲ୍ଲୀ ୟୁନିଟର ନେତା ପ୍ରବୀଣ ଶଙ୍କର କପୁର ଆତିଶୀଙ୍କ ବିରୋଧରେ ମାନହାନି ମାମଲା ର

Get real time updates directly on you device, subscribe now.