ସୁନାପିଲା ଧରିନି ବନ୍ଧୁକ, ଧରିଛି ଅଲମ୍ପିକ୍ସ ମଶାଲ, ବିଶ୍ୱବିଜୟୀ ଅଭିନବ ବିନ୍ଦ୍ରା କହିଲେ ଏ ସମ୍ମାନକୁ ଶବ୍ଦରେ କହିହେବ ନାହିଁ

ଓଡିଶା ଭାସ୍କର: ଦେଶକୁ ବ୍ୟକ୍ତିଗତ ବର୍ଗରେ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଥିବା ଗୋଲଡେନ ବୟ ଅଭିନବ ବିନ୍ଦ୍ରାଙ୍କୁ ଅଲମ୍ପିକ୍ସ ଅର୍ଡର ପୁରସ୍କାର ମିଳିବାକୁ ଯାଉଛି । ମାତ୍ର ଏହା ପୂର୍ବରୁ ଅଭିନବ ଅଲମ୍ପିକ୍ସରେ ମଶାଲ ଧରିଥିବାର ନଜର ଆସିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଅଭିନବ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏହାକୁ ସେ ଶବ୍ଦରେ ବର୍ଣ୍ଣନା କରି ପାରିବେ ନାହିଁ ବୋଲି କହିଛନ୍ତି ।

ଅଭିନବ ବିନ୍ଦ୍ରା ଆଧିକାରୀକ ଏକ୍ସ (ପୂର୍ବର ଟ୍ୱିଟର )ରେ ଲେଖିଛନ୍ତି, ‘ଗତକାଲି ପ୍ୟାରିସ ୨୦୨୪ ରିଲେରେ ଅଲମ୍ପିକ୍ସ ମଶାଲକୁ ନେଇଯିବା ସମ୍ମାନକୁ ଶବ୍ଦରେ ପରିପ୍ରକାଶ କରି ହେବ ନାହିଁ । ଖେଳ ଭାବନା ଆମ ସମସ୍ତଙ୍କ ଭିତରେ ଥାଏ ଓ ମୁଁ ଏହି ଅବିଶ୍ୱସନୀୟ ଖେଳର ଅଂଶ ହୋଇ ବହୁତ ଖୁସି ଅଛି । ଆସନ୍ତୁ, ଆମେ ସମସ୍ତେ ଏକାସାଙ୍ଗେ ପ୍ରେରଣା, ସ୍ୱପ୍ନ ଓ ଉପଲବ୍ଧି ହାସଲ କରିବା ଜାରି ରଖିବା ।’

ଅଲମ୍ପିକ୍ସ ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଥିଲେ ଏହି ସୁନାପୁଅ ଅଭିନବ । ତାଙ୍କର ଅଭିନବ ପ୍ରୟାସ ହିଁ ଭାରତମାତାର ଗର୍ବ ଓ ଗୌରବକୁ ବିଶ୍ୱସ୍ତରରେ ପହଞ୍ଚାଇ ପାରିଥିଲା । ଏବେ ଅଲମ୍ପିକ୍ସ ଅର୍ଡର ଆୱାର୍ଡ ହାସିଲ କରିବାକୁ ଥିବା ପ୍ରଥମ ଭାରତୀୟ ମଧ୍ୟ ହେବେ ଅଭିନବ ।

Get real time updates directly on you device, subscribe now.