ସାମାନ୍ୟ କଥାକୁ ନେଇ ପିଲାଙ୍କୁ ପିଟୁଥିଲେ ସାବଧାନ ! ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ପଡିପାରେ ଖରାପ ପ୍ରଭାବ

ଆଜିକାଲି ପିଲାମାନେ ବହୁତ ଜିଦିଆ ହୋଇଥାନ୍ତି । ସେମାନେ କିଛି ନା କିଛି ଜିନିଷ ପାଇଁ ବହୁତ ଜିଦି କରିଥାନ୍ତି । ଯେଉଁ କାରଣରୁ ପ୍ୟାରେଣ୍ଟସ୍‌ମାନେ ନିଜ ପିଲାମାନଙ୍କୁ କିଛି ବୁଝାଇବା ପାଇଁ ବାରମ୍ବାର ବାଡାନ୍ତି । କିନ୍ତୁ ପିଲାମାନଙ୍କୁ ପିଟିବା ଦ୍ୱାରା ସେମାନଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ ।

ଯଦି ଆପଣ ମଧ୍ୟ ନିଜ ପିଲାମାନଙ୍କ ଉପରେ ହାତ ଉଠାଛନ୍ତି, ତେବେ ଆପଣ ନିଜର ଏହି ଅଭ୍ୟାସକୁ ତୁରନ୍ତ ଠିକ୍‌ କରନ୍ତୁ । ନଚେତ୍ ଆପଣଙ୍କ ପିଲା ଭବିଷ୍ୟତରେ ସଫଳତା ହାସଲ କରିବାକୁ ସମର୍ଥ ହେବ ନାହିଁ । ଏପରି ଭାବେ ସେମାନେ ଖରାପ ରାସ୍ତାକୁ ମଧ୍ୟ ଯାଇପାରନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ପିଲାମାନଙ୍କ ଉପରେ ହାତ ଉଠାଇବା ଦ୍ୱାରା କ’ଣ କ୍ଷତି ହୋଇଥାଏ ।

କନ୍‌ଫିଡେନ୍ସ କମ୍‌ ହେବାକୁ ଆରମ୍ଭ କରେ : ଯଦି ଆପଣ ପିଲାକୁ ବାରମ୍ବାର ବାଡଉଛନ୍ତି । ତେବେ ଧୀରେ ଧୀରେ ତାଙ୍କର କନ୍‌ଫିଡେନ୍ସ କମ୍‌ ହେବାକୁ ଆରମ୍ଭ କରିଥାଏ । କନ୍‌ଫିଡେନ୍ସ କମ୍‌ ହେବା ଯୋଗୁ ଭବିଷ୍ୟତରେ ଆପଣଙ୍କ ପିଲାଙ୍କୁ ସଫଳତା ହାସଲ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

କୌଣସି କାମରେ ଫୋକସ କରିପାରନ୍ତି ନାହିଁ : ବାରମ୍ବାର ମାଡ ମାରିବା ହେତୁ ଆପଣଙ୍କ ପିଲା ଅନ୍ୟ କୌଣସି କାମ ଉପରେ ଫୋକସ କରିପାରନ୍ତି ନାହିଁ । କାରଣ ବାରମ୍ବାର ମାରିବା ଦ୍ୱାରା ପିଲାଙ୍କ ମୁଣ୍ଡରେ ମାଡ଼କୁ ନେଇ ଏକ ଡ଼ର ରହିଯାଏ । ଏପରି ଭାବେ ଆପଣଙ୍କ ପିଲା ମଧ୍ୟ ଅନେକ ରୋଗର ଶିକାର ହୋଇପାରନ୍ତି ।

ଚିଡଚିଡାର ଶିକାର ହୁଅନ୍ତି : ପ୍ୟାରେଣ୍ଟ ବାରମ୍ବାର ପିଲାଙ୍କୁ ମାରିବା ଯୋଗୁ ପିଲାମାନେ ଚିଡଚିଡାର ଶିକାର ହୁଅନ୍ତି । ଏହି ପ୍ରକାର ଆଚରଣ ଆପଣଙ୍କ ଏବଂ ଆପଣଙ୍କ ପିଲାଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିବ । ଏପରି ଭାବେ ପିଲାମାନେ ନିଜ ରାଗକୁ ଅନ୍ୟ ପିଲାମାନଙ୍କ ଉପରେ ବାହାର କରିପାରନ୍ତି । ଯାହା ଆଗୁକ ଯାଇ ବହୁତ ଖରାପ ହୋଇପାରେ । ସେଥିପାଇଁ ନିଜ ପିଲାମାନଙ୍କ ମାଡ଼ ମାରିବା ବଦଳରେ ବୁଝାଇବା ଉଚିତ ।

ଯଦି ଆପଣଙ୍କ ପିଲା କିଛି ଭୁଲ କରୁଛନ୍ତି, ତେବେ ତାଙ୍କୁ ସଠିକ୍‌ ରାସ୍ତାରେ ବୁଝାଇବା ଉଚିତ । ଯେପରି ପିଲାଙ୍କୁ ବାଡାଇବା ପରିବର୍ତ୍ତେ, ତାଙ୍କ ସହିତ କିଛି ଘଣ୍ଟା କଥା ହେବା ବନ୍ଦ କରନ୍ତୁ । ପିଲାଟି କିଛି ସମୟ ପରେ ନିଜେ ବୁଝିଯାଇ ଆପଣଙ୍କ ନିକଟକୁ ଆସିଯିବ । ଯେତେବେଳେ ପିଲାଟି ଆପଣଙ୍କ ସହ କଥା ହେବାକୁ ଆସୁଛନ୍ତି, ତାହେଲେ ତାଙ୍କୁ ଭଲରେ କଥା ବୁଝାଇବାକୁ ଚେଷ୍ଟା କରିବା ଉଚିତ୍ । ଯାହା ଫଳରେ ସେମାନେ ଖରାପ ରାସ୍ତାକୁ ଯିବେ ନାହିଁ ।