fbpx

ଅଲିମ୍ପିକ୍ସ-୨୦୨୪: ଇତିହାସ ରଚିଲେ ବଲରାଜ୍, ରୋଇଂ ଜଗତରେ M.S Dhoni…

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ନିଜ ଜଲୱା ଦେଖାଇବା ଆରମ୍ଭ କରିଛନ୍ତି ଭାରତର ଆଥଲେଟ୍ । ବିଭିନ୍ନ କ୍ରୀଡ଼ାରେ ଭାରତ ପାଇଁ ଗୌରବ ଆଣିବାକୁ ଚାଲିଛି ମହାଯୁଦ୍ଧ । ତେବେ ଏହାଭିତରେ ସବୁଠାରୁ ଅଧିକ ଚର୍ଚ୍ଚାକୁ ଆସିଛନ୍ତି ରୋଇଂ ଜଗତର ଏମ.ଏସ ଧୋନୀ ବଲରାଜ ପୱାର । ମେନ୍ସ ସ୍କଲ୍ସ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ବଲରାଜ । ଏହାପୂର୍ବରୁ ଭାରତୀୟ ରୋଭର ପୁରୁଷ ଏକଲ ସ୍କଲ୍ସ ହିଟ୍ ରେ ଚତୁର୍ଥ ସ୍ଥାନରେ ରହିଥିଲେ । ତେବେ ହିଟ୍ ରେ ବାଦ୍ ପଡ଼ିବା ପରେ ରେପଚାଜରେ ଖେଳିବାର ସୁଯୋଗ ମିଳିଥିଲା ଏବଂ ଏଥିରେ ସେ ବଡ଼ ସଫଳତା ମଧ୍ୟ ହାସଲ କରିଥିଲେ ।

ପ୍ୟାରିସ ଅଲିମ୍ପିକ୍ସରେ ନୌକାୟନ କ୍ରୀଡ଼ାରେ ବଲରାଜ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ରୋଇଙ୍ଗ ମେନ୍ସ ସ୍କଲ୍ସ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବା ସହ ଇତିହାସରେ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇଛି । ଏହାପୂର୍ବରୁ ମାତ୍ର ୩ ଜଣ ରୋଭର ଏହି ରେକର୍ଡ କରିବାରେ ସକ୍ଷମ ହୋଇଥିଲେ । ପ୍ୟାରିସ ଅଲିମ୍ପିକ୍ସର ରୋଇଙ୍ଗରେ ମେନ୍ସ ଏକଲ ସ୍କଲ୍ସ ହିଟରେ ବଲରାଜ ଚତୁର୍ଥ ସ୍ଥାନରେ ରହିଥିଲେ । ୭:୦୭:୧୧ ସମୟରେ ୨୦୦୦ ମିଟର ଦୂର ଅତିକ୍ରମ କରି ରାପଚେଜ ରାଉଣ୍ଡରେ ନିଜ ସ୍ଥାନ ପକ୍କା କରିଥିଲେ ବଲରାଜ ।

ସୂଚନା ଥାଉ କି, ମେନ୍ସ ଏକଲ ସ୍କଲ୍ସ ଇଭେଣ୍ଟରେ ମୋଟ ୩୩ ରୋଭର ୬ଟି ଭିନ୍ନ ଭିନ୍ନ ହିଟ୍ ରେ ଭାଗ ନେଇଥାନ୍ତି । ପ୍ରତ୍ୟେକ ଇଭେଣ୍ଟର ଟପ୍ ୩ ରୋଭରଙ୍କୁ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାକୁ ସୁଯୋଗ ମିଳିଥାଏ । ସେହିପରି ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ସ୍ଥାନରେ ରହିଥିବା ରୋଭର ମାନଙ୍କୁ କ୍ୱାର୍ଟର ଫାଇନାଲ କେଳିବା ପାଇଁ ଆଉ ଏକ ରାଉଣ୍ଡ ଖେଳିବାକୁ ପଡ଼ିଥାଏ । କ୍ୱାର୍ଟର ଫାଇନାଲ ପାଇଁ ଏହି ରୋଭର ମାନେ ରାପଚେଜ ରାଉଣ୍ଡ ଜରିଆରେ ଆଉ ଏକ ସୁଯୋଗ ପାଇଥାନ୍ତି । ବଲରାଜ ଏହି ରାପଚେଜରେ ଦ୍ୱିତୀୟ ସ୍ଥାନ ହାସଲ କରି ଏହାର ଫାଇଦା ଉଠାଇବା ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ।

Get real time updates directly on you device, subscribe now.