fbpx

ଭଗବତ ଗୀତା ସାଜିଲା ମନୁଙ୍କ ସଫଳତା, ଅଲମ୍ପିକ୍ସ କାଂସ୍ୟ ଜିତିବାରେ କେମିତି କରିଥିଲା ସାହାଯ୍ୟ, ପଢନ୍ତୁ ଏ ରିପୋର୍ଟ

ଓଡିଶା ଭାସ୍କର: ଭାରତର ସୁନା ଝିଅ ଆଜି ପ୍ୟାରିସ ଅଲମ୍ପିକ୍ସରେ କାଂସ୍ୟ ଜିତିଛନ୍ତି । ୧୨ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି । ତାହାସହ ପ୍ରଥମ ମହିଳା ବନ୍ଧୁକଚାଳକ ବା ସୁଟର ଭାବରେ ଅଲମ୍ପିକ୍ସରେ ସେ କାଂସ୍ୟ ଜିତି ସାରା ବିଶ୍ୱରେ ତ୍ରିରଙ୍ଗାକୁ ଉଡାଇଛନ୍ତି । ଭାରତମାତାର ଗର୍ବ ସାଜିଛନ୍ତି ସୁନ୍ଦରୀ ସୁଟର ମନୁ ଭାକର । ପ୍ୟାରିସ ଅଲମ୍ପିକ୍ସରେ ଏହା ଭାରତର ପ୍ରଥମ ପଦକ ମଧ୍ୟ । ୨୦୧୨ ମସିହା ଲଣ୍ଡନ ଅଲମ୍ପିକ୍ସରେ ଭାରତ ଶେଷଥର ପାଇଁ ଏହି ଇଭେଣ୍ଟରେ ପଦକ ଜିତିଥିଲା । ୨୫ ମିଟର ରେପିଡ ଫାୟର ପିଷ୍ଟଲରେ ବିଜୟ କୁମାର ରଜତ ପଦକ ଓ ୧୦ ମିଟର ଏୟାର ରାଇଫଲରେ ଗଗନ ନାରଙ୍ଗ କାଂସ୍ୟ ଜିତିଥିଲେ । ଆଉ ଏବେ ମନୁ ଭାକର କାଂସ୍ୟ ଜିତି ଐତିହାସିକ ସଫଳତା ସାଉଁଟିଛନ୍ତି । ପ୍ରଧାନମନ୍ତ୍ରୀଠୁ ଆରମ୍ଭ କରି ଦେଶର କୋଟି କୋଟି ଭାରତୀୟ ସମର୍ଥକ ମନୁଙ୍କ ଏହି ସଫଳତାରେ ଆତ୍ମବିଭୋର ମଧ୍ୟ ହୋଇ ଉଠିଛନ୍ତି ।

ହରିୟାଣାର ଝଜ୍ଜରରେ ରହୁଥିବା ୨୨ ବର୍ଷୀୟ ମନୁ ୨୨୧.୭ ନମ୍ବର ସହ ତୃତୀୟ ସ୍ଥାନରେ ରହି ଏହି ପଦକ କବ୍ଚା କରିଥିଲେ । କୋରିଆର ୟେଜି କିମ୍ ମାତ୍ର ୦.୧ ଅଙ୍କ ଆଗରେ ରହି ରୌପ୍ୟ ପଦକ ପାଇଛନ୍ତି । ସେହିଭଳି ଜିନ ଓହେ ୨୪୩.୨ ଅଙ୍କ ସହ ଅଲମ୍ପିକ୍ସ ରେକର୍ଡ କରି ସ୍ୱର୍ଣ୍ଣ ପାଇ ସ୍ୱର୍ଣ୍ଣିମ ସଫଳତା ସାଉଁଟିଥିଲେ ।

ଟୋକିଓ ଅଲମ୍ପିକ୍ସରେ ମନୁ ଖାଲି ହାତରେ ଫେରି ଅତ୍ୟଧିକ ନିରାଶ ହୋଇ ପଡିଥିଲେ । ପରବର୍ତ୍ତୀ ସମୟରେ ନିଜେ ନିଜକୁ ଆହୁରି ସୁନ୍ଦର ଭାବରେ ଗଢିଥିଲେ ମନୁ । ମନୁ ପଦକ ଜିତିବା ପରେ କହିଛନ୍ତି ଯେ, ସେ କାଂସ୍ୟ ଜିତି ସେ ବେଶ୍ ଖୁସି ଅଛନ୍ତି । ସେ ଭଗବତ ଗୀତା ପଢୁଥିଲେ ଓ ତଦନୁଯାୟୀ କାର୍ଯ୍ୟ କରୁଥିଲେ ବୋଲି କହିଛନ୍ତି ଭାରତର ଏହି ସୁନ୍ଦରୀ ଷ୍ଟାର ସୁଟର ମନୁ ଭାକର । ବାକିସବୁ ସେ ଭଗବାନଙ୍କ ଉପରେ ଛାଡି ଦେଇଥିଲେ । ୨୫ ମିଟର ସ୍ପର୍ଦ୍ଧାରେ ବିଶ୍ୱ ବିଜୟୀ ହୋଇଥିବା ମନୁ ଆହୁରି କହିଛନ୍ତି ଯେ, ମଣିଷ ଭାଗ୍ୟ ସହ ଲଢି ପାରିବ ନାହିଁ ।

Get real time updates directly on you device, subscribe now.