ଓଡିଶା ଭାସ୍କର: ପ୍ୟାରିସ ଅଲମ୍ପିକ୍ସରେ ଯେଉଁ ଖେଳାଳି ପଦକ ଜିତିବ, ସେ ଇତିହାସର ଏକ ସ୍ୱତନ୍ତ୍ର ଅଂଶ ମଧ୍ୟ ହୋଇଯିବ । ଯେମିତିକି ଭାରତର ସୁନ୍ଦରୀ ସୁଟର ମନୁ ଭାକର ୧୦ ମିଟର ଏୟାର ପିଷ୍ଟଲରେ କାଂସ୍ୟ ଜିତିଛନ୍ତି । ଦେଖିବାକୁ ଗଲେ ମନୁ ତାଙ୍କ ଘରକୁ ଇଫିଲ ଟାୱାର (Eiffel Tower) ର ଅଂଶ ମଧ୍ୟ ନେଇ ସାରିଛନ୍ତି । କାରଣ ଅଲମ୍ପିକ୍ସର ପ୍ରତିଟି ପଦକରେ ଇଫିଲ ଟାୱାର (Eiffel Tower) ର କିଛି ଟୁକୁଡା ଲଗାଯାଇଛି ।
କହିରଖୁ, ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ୧୮୮୭ ରୁ ୧୮୮୯ ମସିହା ମଧ୍ୟରେ ଇଫିଲ ଟାୱାର (Eiffel Tower) ର ନିର୍ମାଣ କରାଯାଇଥିଲା । ଏହାର ଗରିମାର ରକ୍ଷା ପାଇଁ ସମୟ ସମୟରେ ଏହାକୁ ନବରୂପ ଦିଆଯାଏ । ଏହାର ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ଟାୱାରରୁ କିଛି ଲୁହା ବାହାର କରି ଦିଆଯାଇଥିଲା । ଏହି ଲୁହାକୁ ଅଲମ୍ପିକ୍ସ ଓ ପାରାଅଲମ୍ପିକ୍ସ ପଦକ ତିଆରିରେ ବ୍ୟବହୃତ କରାଯାଇଛି । ପ୍ୟାରିସ ଓ ଫ୍ରାନ୍ସ ବିରାସତର ପ୍ରତୀକ ଭାବରେ ବିଶ୍ୱବିଜୟୀ ଆଥଲେଟଙ୍କୁ ଏହା ପ୍ରଦାନ କରାଯାଉଛି ।
ଇଫିଲ ଟାୱାର(Eiffel Tower) ସଞ୍ଚାଳନ କରୁଥିବା ଏକ କମ୍ପାନୀ ଚାହିଁଥିଲା ଯେ, ଅଲମ୍ପିକ୍ସରେ ପଦକ ଜିତୁଥିବା ବିଶ୍ୱର ଆଥଲେଟ ଫ୍ରାନ୍ସ ସଂସ୍କୃତି ଓ ପରମ୍ପରା ସହ ଜଡି ହୁଅନ୍ତୁ । ଫଳରେ ଏହି ଅଭିନବ ପ୍ରୟାସ କରାଯାଇଛି । ପ୍ରତ୍ୟେକ ପଦକ କେବଳ ଯେ ଅଲମ୍ପିକ୍ସର ନୁହେଁ ବରଂ ଫ୍ରାନ୍ସର ଐତିହାସିକ ସଂସ୍କୃତିର ନିଦର୍ଶନକୁ ମଧ୍ୟ ପ୍ରତିଫଳିତ କରିବ । ବିଶ୍ୱର ପ୍ରସିଦ୍ଧ ଜ୍ୱେଲେରୀ କମ୍ପାନୀ ଚାଁମେଟ ସହ ମିଶି ଅଲମ୍ପିକ୍ସ ଓ ପାରାଅଲମ୍ପିକ୍ସର ଏହି ପଦକ ତିଆରି କରାଯାଇଛି । ଇଫିଲ ଟାୱାରର ଲୁହାକୁ ପଦକର ମଧ୍ୟ ଭାଗରେ ସୁସଜ୍ଜିତ କରାଯାଇଛି । ଯାହା ଷଡଭୁଜ ଆକୃତିର ହୋଇଛି ।