fbpx

କ୍ରିକେଟ୍ ଜଗତରେ ଇତିହାସ ରଚିଲେ ରସିଦ ଖାନ୍; ମାତ୍ର ୨୫ ବର୍ଷ ବୟସରେ ୬୦୦ଟି ଟି-୨୦ ୱିକେଟ୍

ନୂଆଦିଲ୍ଲୀ: ଆଫଗାନିସ୍ତାନର ରସିଦ ଖାନ୍ ଙ୍କୁ ବିଶ୍ୱର ଶ୍ରେଷ୍ଠ ବୋଲରମାନଙ୍କ ମଧ୍ୟରେ ଗଣା ଯାଏ। ବିଶେଷ କରି ଟି-୨୦ ଫର୍ମାଟରେ ରସିଦ ଖାନଙ୍କ ପାଖରେ କୌଣସି ଉତ୍ତର ନାହିଁ। ରସିଦ୍ ଖାନ୍ ନିଜର ଗୁଗଲି ଏବଂ ଭେରିଏସନ୍ ବଳରେ ବ୍ୟାଟ୍ସମ୍ୟାନ୍ ଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଛି। ଆଫଗାନିସ୍ତାନ ବ୍ୟତୀତ ସେ ଆଇପିଏଲ ଏବଂ ବିଶ୍ୱର ଅନେକ ଲିଗ୍ ରେ ଖେଳନ୍ତି। କିନ୍ତୁ ଟି-୨୦ ଫର୍ମାଟରେ ରସିଦ ଖାନଙ୍କ ରେକର୍ଡ ଆପଣ ଜାଣନ୍ତି କି? ବାସ୍ତବରେ ଏହି ଫର୍ମାଟରେ ଆଫଗାନିସ୍ତାନ ବୋଲରଙ୍କ ରେକର୍ଡ ଚମତ୍କାର ରହିଛି।

ରସିଦ ଖାନ ମାତ୍ର ୨୫ ବର୍ଷ ବୟସରେ ୬୦୦ ଟି-୨୦ ୱିକେଟ୍ ନେବାର ସଫଳତା ହାସଲ କରିଛନ୍ତି। ରସିଦ ଖାନଙ୍କ ବ୍ୟତୀତ ଅନ୍ୟ କୌଣସି ବୋଲର ଟି-୨୦ ଫର୍ମାଟରେ ୬୦୦ ୱିକେଟ୍ ନେବାର ସଫଳତା ହାସଲ କରିନାହାନ୍ତି। ରସିଦ ଖାନଙ୍କ ଟି-୨୦ କ୍ୟାରିୟରକୁ ଦେଖିଲେ ଏହି ବୋଲର ୯୩ ଟି ମ୍ୟାଚରେ ଆଫଗାନିସ୍ତାନ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ଆଫଗାନିସ୍ତାନ ପକ୍ଷରୁ ରସିଦ ଖାନ୍ ୬.୦୮ ଓ ୧୪.୧୪ ହାରରେ ୧୫୨ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଛନ୍ତି। ରସିଦ ଖାନ ଟି-୨୦ ଫର୍ମାଟରେ ୨ ଥର ୫ ୱିକେଟ୍ ନେବାର ସଫଳତା ହାସଲ କରିଛନ୍ତି।

ଏହାବ୍ୟତୀତ ସେ ୭ଟି ମ୍ୟାଚ୍ ଖେଳି ୪ଟି ୱିକେଟ୍ ନେଇଛନ୍ତି। ଏହି ଫର୍ମାଟରେ ରସିଦ ଖାନଙ୍କ ଶ୍ରେଷ୍ଠ ବୋଲିଂ ଫିଗର ହେଉଛି ୫ ରନ୍ ଦେଇ ୩ ୱିକେଟ୍। ଏହାବ୍ୟତୀତ ରସିଦ ଖାନ୍ ଆଇପିଏଲର ୧୨୧ ମ୍ୟାଚ୍ ରେ ୬.୮୨ ଓ ହାରାହାରି ୨୧.୮୩ ହାରରେ ୧୪୯ ୱିକେଟ୍ ନେଇଛନ୍ତି। ଏହି ଲିଗ୍ ରେ ରସିଦ ଖାନ୍ ଙ୍କ ଶ୍ରେଷ୍ଠ ବୋଲିଂ ୨୪ ରନ୍ ରେ ୪ ୱିକେଟ୍। ଆଫଗାନିସ୍ତାନ ବ୍ୟତୀତ ରସିଦ ଖାନ୍ ଆଇପିଏଲ୍, ବିଗ୍ ବ୍ୟାସ୍ ଲିଗ୍, କ୍ୟାରିବିଆନ୍ ପ୍ରିମିୟର ଲିଗ୍, ମେଜର କ୍ରିକେଟ୍ ଲିଗ୍ ସମେତ ଅନେକ ଲିଗ୍ ରେ ଖେଳିଛନ୍ତି।

Get real time updates directly on you device, subscribe now.