fbpx

ପିତୃ-ମାତୃ ଦିବସ ଅବସରରେ ‘ଜୟ ମହାକାଳ ଫାଉଣ୍ଡେସନ’ ତରଫରୁ ଚାରା ବଣ୍ଟନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର: (ଓଡ଼ିଶା ଭାସ୍କର) କାର୍ଯ୍ୟକ୍ରମ “ଗଛଟିଏ” । ଗଛଟିଏ ପିତାମାତାଙ୍କ ଉଦ୍ଦେଶ୍ୟରେ। ପିତୃମାତୃ ଦିବସ ଅବସରରେ ଜୟ ମହାକାଳ ଫାଉଣ୍ଡେସନ ତରଫରୁ ଚାରା ବଣ୍ଟନ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସବୁବେଳେ କିଛି ମହତ୍ କାର୍ଯ୍ୟ କରି ଚର୍ଚ୍ଚାରେ ରହୁଥିବା ଯାଜପୁର ଜିଲ୍ଲାର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଜୟ ମହାକାଳ ଫାଉଣ୍ଡେସନ’ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଯାଜପୁର ଜିଲ୍ଲା କୋରାଇ ବ୍ଳକ ବନ୍ଦାଳୋ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଯଥା ଗହ୍ମାରିଆ, ବାଲିଆପାଳ, ଇଚ୍ଛାପୁର ପାଟଣା, ଚୌଧୁରୀ ପାଟଣା, ମଙ୍ଗଳା ବାହାଳି, ସୁନ୍ଦରପୁର ଆଦି ସ୍ଥାନରେ ଫାଉଣ୍ଡେସନର ବହୁ ସଂଖ୍ୟକ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ବୃକ୍ଷରୋପଣ କରିଛନ୍ତି । ଏହା ସହ ଘର ଘର ବୁଲି ଚାରା ବାଣ୍ଟିବା ସହ ବୃକ୍ଷରୋପଣର ମହତ ଉଦ୍ଦେଶ୍ୟ ଓ ଏହାର ଉପକାର ବିଷୟରେ ସଚେତନତା ସୃଷ୍ଟି କରିଛନ୍ତି ।

ଅନ୍ୟପକ୍ଷରେ ସଦା ସର୍ବଦା ପରିବେଶ ସୁରକ୍ଷା ତଥା ଅନ୍ୟାନ୍ୟ ପରୋପକାର କାର୍ଯ୍ୟ କରୁଥିବା ଏହି ଅନୁଷ୍ଠାନ ଏକ ଅସହାୟ ପରିବାର ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି । ସ୍ଥାନୀୟ ମଙ୍ଗଳାବାହାଳି ଗାଁର ଯୁବକ ନିତ୍ୟାନନ୍ଦ ଯେନାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବାବେଳେ ସ୍ବର୍ଗତ ନିତ୍ୟାନନ୍ଦ ଜେନାଙ୍କ ସ୍ମୃତିରେ ବୃକ୍ଷ ରୋପଣ ସହ ଚାରା ବଣ୍ଟନ ଓ ସନ୍ଧ୍ୟାରେ ଶୋକସଭା ସହ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରି ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

ଶେଷ ରେ ସ୍ବର୍ଗତ ନିତ୍ୟାନନ୍ଦଙ୍କ ପରିବାର ପାଇଁ ଫାଉଣ୍ଡେସନର ହସ୍ତଗତ ହୋଇଥିବା ସମସ୍ତ ଆର୍ଥିକ ସାହାଯ୍ୟ ତାଙ୍କ ପରିବାରକୁ ପ୍ରଦାନ କରିଛନ୍ତି । ବୃକ୍ଷରୋପଣ ଓ ଯୁବକଙ୍କ ଶୋକସଭା ଯାତ୍ରାରେ ଫାଉଣ୍ଡେସନର ବହୁ ସଂଖ୍ୟକ ସଦସ୍ୟ ସଦସ୍ୟା ଉପସ୍ଥିତ ରହି କାର୍ଯକ୍ରମକୁ ସଫଳ କରିଥିଲେ ।

Get real time updates directly on you device, subscribe now.