fbpx

ଏଆଇ ଆଣିବ ନୂତନ ଚାକିରିର ସୁଯୋଗ: ଟିଏମସି ନେତାଙ୍କ ପ୍ରଶ୍ନରେ ଶ୍ରମମନ୍ତ୍ରୀ ରଖିଲେ ଜବାବ ପଢନ୍ତୁ ପୁରା ଖବର

ଭୁବନେଶ୍ୱର: AI ନୂତନ ଚାକିରିର ସୁଯୋଗ ସୃଷ୍ଟି କରିବ। ଏଆଇ ପାଇଁ କେହି ବି ଚାକିରି ହରାଇବେ ନାହିଁ। ଲୋକସଭାରେ ଅଲ ଇଣ୍ଡିଆ ତ୍ରୁଣମୂଳ କଂଗ୍ରେସର କଲ୍ୟାଣ ବାନାର୍ଜୀ ଉଠାଇଥିବା ପ୍ରଶ୍ନରେ ମାଣ୍ଡଭିଆ ଏଭଳି କହିଛନ୍ତି। ଶ୍ରମ ମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଆଜି ଗୃହରେ କହିଛନ୍ତି ଯେ କୃତ୍ରିମ ବୁଦ୍ଧିମତା (AI) ପାଇଁ ଭାରତରେ କେହି ଚାକିରି ହରାଇବେ ନାହିଁ। ଏହା ନୂଆ ଚାକିର ସୁଯୋଗ ଦେବ ।

ଖବର ଅନୁସାରେ ପଶ୍ଚିମବଙ୍ଗରେ ରୋଜଗାର ଉପରେ AI ର ସମ୍ଭାବ୍ୟ ପ୍ରଭାବ ଉପରେ ବାନାର୍ଜୀ ପ୍ରଶ୍ନ କରିଥିଲେ ଏହାର ଉତ୍ତରରେ ସେ କହିଛନ୍ତି ଯେ, ଯେତେବେଳେ ଇଣ୍ଟରନେଟ୍ ପ୍ରଥମେ ଆରମ୍ଭ ହେଲା, ଲୋକମାନେ ଚାକିରି ହରାଇବା ନେଇ ଚିନ୍ତିତ ଥିଲେ। କମ୍ପ୍ୟୁଟର ବ୍ୟବହାର ହେବାପରେ ସମାନ ଚିନ୍ତାଧାରା ରହିଥିଲା। ତଥାପି ସମୟ ସହିତ ଶେଷରେ ଅଧିକ ଚାକିରିର ସୁଯୋଗ ସୃଷ୍ଟି କଲା। ସେହିପରି AI କୁ ନେଇ ମଧ୍ୟ ସମାନ ପ୍ରଭାବ ପଡ଼ିବ। କିଛିଦିନ ପରେ ଏହା ସ୍ଥିତି ସୁଧାର ହୋଇଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।

 

Get real time updates directly on you device, subscribe now.