fbpx

ଅନ୍ତର୍ଜାତୀୟ ରସାୟନ ବିଜ୍ଞାନ ଅଲିମ୍ପିଆଡ଼ରେ ଭାରତ ବିଜୟୀ: ୪ ମେଡ଼ାଲ ହାସଲ

ନୂଆଦିଲ୍ଲୀ: ୫୬ତମ ଅନ୍ତର୍ଜାତୀୟ ରସାୟନ ବିଜ୍ଞାନ ଅଲିମ୍ପିଆଡରେ ୯୪ଟି ଦେଶର ୩୨୭ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରେ ଭାରତୀୟ ଦଳ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିଛି।
ଖବର ଅନୁସାରେ ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାର ଦେବେଶ ଭୈୟା ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମୁମ୍ବାଇର ଅବନୀଶ ବଂଶଲ ଏବଂ ହାଇଦ୍ରାବାଦର ହର୍ଷିନ ପୋସିନା ରୌପ୍ୟ ପଦକ ଜିତିଛନ୍ତି। ମୁମ୍ବାଇର କଶ୍ୟପ ଖଣ୍ଡେଲୱାଲ ବ୍ରୋଞ୍ଜ ପଦକ ଆଣିଛନ୍ତି।

ଚଳିତ ମାସ ୨୧ରୁ ୩୦ ତାରିଖ ପର୍ୟ୍ୟନ୍ତ ସାଉଦି ଆରବର ରିୟାଦ୍ ସହରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଫେସର ଗୁଲଶନାରା ଶେଖ ଓ ଡକ୍ଟର ଶ୍ରଦ୍ଧା ତିୱାରୀ ଭାରତୀୟ ଦଳର ମାର୍ଗଦର୍ଶକ ଥିଲେ ।

Get real time updates directly on you device, subscribe now.