fbpx

ୱାୟନାଡ ଯିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: କେରଳର ୱାୟନାଡରେ ପ୍ରବଳ ବର୍ଷା କାରଣରୁ ହୋଇଥିବା ଭୂସ୍ଖଳନର ମୃତ୍ୟୁସଂଖ୍ୟା ଏହା ମଧ୍ୟରେ ୧୪୬ରେ ପହଞ୍ଚିଛି । ସେହିପରି ଭାରତୀୟ ଯବାନ, ଏନଡିଆରଏଫ ଓ ଅନ୍ୟ ଅଧିକାରୀମାନେ ପାଖାପାଖି ୧ ହଜାର ଲୋକଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ଏବେ ବି ବିପଦ ଟଳିନଥିବା ବେଳେ ରେସକ୍ୟୁ ଅପରେସନ ଜାରି ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨ ଦିନିକିଆ ସରକାରୀ ଶୋକ ଘୋଷଣା କରିଛନ୍ତି । ଗତ ୬ ବର୍ଷରେ ଏହା ସବୁଠରୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଉଛି ।

ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ୱାୟନାଡକୁ ଲୋକଙ୍କ ସ୍ଥିତି ଅନୁଧ୍ୟାନ ପାଇଁ ଯାଉଥିବା ସମୟରେ ଘଟିଛି ଏକ ବଡ଼ ଅଘଟଣ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବରଣା ଜର୍ଜଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ମନ୍ତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କୁ ମଞ୍ଜରୀ ମେଡିକାଲ କଲେଜରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ମଲ୍ଲାପ୍ପୁରମ ଜିଲ୍ଲାର ମଞ୍ଜେରୀ ନିକଟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

Get real time updates directly on you device, subscribe now.