fbpx

ବକ୍ସ ଅଫିସରେ ପୁଣି ମହାଲଢେଇ, ବଲିଉଡ ବନାମ ସାଉଥ ଫାଇଟ, ‘ତଙ୍ଗଲାନ’ଠୁ ‘ସ୍ତ୍ରୀ-୨’ ପର୍ଯ୍ୟନ୍ତ ଏହି ୫ ସିନେମାରେ ହେବ…

ବକ୍ସ ଅଫିସରେ ପୁଣି ମହାଲଢେଇ, ବଲିଉଡ ବନାମ ସାଉଥ ଫାଇଟ, ‘ତଙ୍ଗଲାନ’ଠୁ ‘ସ୍ତ୍ରୀ-୨’ ପର୍ଯ୍ୟନ୍ତ ଏହି ୫ ସିନେମାରେ ହେବ…
ଓଡିଶା ଭାସ୍କର: ଚଳିତବର୍ଷ ଅନେକ ଭଲ ସିନେମା ରିଲିଜ ହୋଇଛି । ଯାହା ନୂଆ ଟ୍ରେଣ୍ଡ ବି ସୃଷ୍ଟି କରି ପାରିଛି । କିନ୍ତୁ, ଅସଲ ରୋମାଞ୍ଚ ତ ସ୍ୱାଧୀନତା ଦିବ ଦିନ ହେବାକୁ ଯାଉଛି । ଏହି ସ୍ୱାଧୀନତା ଦିବସରେ ସ୍ୱାଧୀନ ଭାବରେ ୫ ଟି ସିନେମା ରିଲିଜ ହେବ । ବକ୍ସ ଅଫିସରେ ଏହି ୫ ଟି ସିନେମା ସୌରମଣ୍ଡଳ ଭଳି ନିଜ ନିଜ ମଧ୍ୟରେ ପିଟି ହେବେ ଓ ଟକ୍କର ଜୋରଦାର ହେବାର ଆକଳନ ମଧ୍ୟ କରାଯାଉଛି ।

ବଡ ପରଦାରେ ସିନେପ୍ରେମୀ ଶେଷଥର ପାଇଁ ଡଙ୍କି ଓ ସଲାର: ପାର୍ଟ ୧- ସିଜଫାୟରର ମହାଲଢେଇ ଦେଖିଥିଲେ । କହିରଖୁ, ସାଉଥ ସିନେମା ନିଜର କାହଣୀକୁ ନେଇ ସଫଳତାର ନୂଆ ଇତିହାସ ରଚନା କରୁଛି । ବଲିଉଡ ବି ପଛରେ ପଡିଯାଉଛି କାହାଣୀ ସାମ୍ନାରେ । ଆଉ ପୁଣିଥରେ ଖୁବଶୀଘ୍ର ଏହି ଟକ୍କର ଦେଖିବାକୁ ପାଇବେ ସିନେପ୍ରେମୀ ।

ସ୍ତ୍ରୀ-୨: ‘ସ୍ତ୍ରୀ-୨’ ଚଳିତବର୍ଷର ବହୁ ପ୍ରତୀକ୍ଷିତ ସିନେମା ଭାବରେ ଛାପ ଛାଡି ସାରିଛି । ଦର୍ଶକେ ଏହାର ସିକ୍ୱେଲକୁ ବହୁ ଦିନରୁ ଜଗି ରହିଛନ୍ତି । ସିନେମାରେ ଅଭିନେତ୍ରୀ ଶ୍ରଦ୍ଧା କପୂରଙ୍କ ସହ ରାଜକୁମାର ରାଓ, ପଙ୍କଜ ତ୍ରିପାଠୀ, ଅଭିଷେକ ବାନାର୍ଜୀ ଓ ଅପାରଶକ୍ତି ଖୁରାନାଙ୍କ ଦମଦାର ଅଭିନୟ ଦେଖିବେ ଦର୍ଶକେ ।

ତଙ୍ଗଲାନ: ରୋମାଞ୍ଚଭରା ସିନେମା ହେବାକୁ ଯାଉଛି ସାଉଥ ମୁଭି ‘ତଙ୍ଗଲାନ’ । ଷ୍ଟୁଡିଓ ଗ୍ରୀନ ଦ୍ୱାରା ପ୍ରଡ୍ୟୁସ କରଯାଇଥିବା ଏହି ଫିଲ୍ମ କୋଲାର ଗୋଲ୍ଡ ମାଇନ () ଖଣିରେ ଶ୍ରମିକଙ୍କ ଅସଲ କାହାଣୀକୁ ନେଇ ଗତିଶୀଳ ହେବ । ନୂଆ ଆଇଡିଆ ଉପରେ ଆଧାରିତ ଏହି ସିନେମାରେ ମାଳବିକା ମୋହନ, ପାର୍ବତୀ ଥିରୁବୋଥୁ ତଥା ଚିୟାନ ବିକ୍ରମ ପ୍ରମୁଖ ଅଭିନୟ କରୁଛନ୍ତି ।

ଖେଳ ଖେଳ ମୈ:ନିଜର ବଡ ଷ୍ଟାରକାଷ୍ଟ ପାଇଁ ଏହି ସିନେମା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏଥିରେ ଅକ୍ଷୟ କୁମାର, ବାଣୀ କପୂର, ଫରଦୀନ ଖାନ, ତାପସୀ ପନ୍ନୁ, ଅପାରଶକ୍ତି ଖୁରାନା ତଥା ଅନ୍ୟ କଳାକାର ଅଭିନୟ କରୁଛନ୍ତି । ସିନେମାଟି ବନ୍ଧୁତ୍ୱ ଉପରେ ଆଧାରିତ କାହଣୀକୁ ବଖାଣୁଛି ।
ବେଦା: ଘୋଷଣା ହେବା ଦିନଠୁ ବେଦା ଚର୍ଚ୍ଚାରେ ରହିଛି । ସତ୍ୟ ଘଟଣା ଉପରେ ଆଧାରିତ ଏହି ସିନେମା ଜଣେ ସାହସୀ ବ୍ୟକ୍ତିଙ୍କ ମୁସ୍କିଲ ପରିସ୍ଥିତି ବିଷୟରେ ଜଣାଇଥାଏ । ଯିଏ କଠୋର ବ୍ୟବସ୍ଥା ବିରୋଧରେ ସ୍ୱର ଉତ୍ତୋଳନ କରୁଛି । ସିନେମାରେ ଜନ ଆବ୍ରାହମ, ଶରୱରୀ, ଅଭିଷେକ ବାନାର୍ଜୀ ଓ ତମନ୍ନା ଭାଟିଆଙ୍କ ଜୀବନ୍ତ ଅଭିନୟ ସିନେପ୍ରେମୀଙ୍କୁ ସିନେମା ହଲରେ କନ୍ଦାଇବ ବୋଲି ଆକଳନ କରାଯାଉଛି ।

ରଘୁ ଥାଥା: ଏହି ସିନେମା ଏକ ପରଫେକ୍ଟ ଫ୍ୟାମିଲି ଇଣ୍ଟରଟେନର ଅଟେ । ହୋମ୍ବଲେ ଫିଲ୍ମ ଦ୍ୱାରା ନିର୍ମିିତ ଏହି ଚଳଚ୍ଚିତ୍ରରେ ହସି-ମଜାକର କାହାଣୀ ରହିଛି । ସାଉଥ ସୁନ୍ଦରୀ କୀର୍ତ୍ତି ସୁରେଶ ଏଥିରେ ଅଭିନୟ କରୁଛନ୍ତି ।

Get real time updates directly on you device, subscribe now.