fbpx

ପ୍ୟାରିସ୍ ଅଲିମ୍ପିକ୍ସ ବିବାଦ: ମହିଳା ବକ୍ସରଙ୍କ ସହ ମୁକାବିଲା କଲେ ପୁରୁଷ ବକ୍ସର, ୪୬ ସେକେଣ୍ଡରେ ଖେଳ ଶେଷ

ଓଡ଼ିଶା ଭାସ୍କର: ପ୍ୟାରିସ୍ ଅଲିମ୍ପିକ୍ସରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା ବିଶ୍ୱରେ କ୍ରୀଡ଼ା ପ୍ରେମୀଙ୍କୁ ଆଘାତ ଦେଇଛି । ଜଣେ ମହିଳା ବକ୍ସରଙ୍କ ସହ ପୁରୁଷ ବକ୍ସରଙ୍କ ମୁକାବିଲାକୁ ନେଇ ବିବାଦ ଦେଖାଦେଇଛି । ଗୁରୁବାର ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା ବକ୍ସିଂ ଇଭେଣ୍ଟରେ ଇଟାଲୀର ବକ୍ସର ଏଞ୍ଜେଲା କାରିନୀ(Angela Carini)ଙ୍କ ମୁକାବିଲା ଆଲଜେରିୟା ବକ୍ସର ଇମାନ୍ ଖଲୀଫ(Imane Khelif)ଙ୍କ ସହ ହୋଇଥିଲା । କହିରଖୁଛୁ ଇମାନ୍ ଖଲୀଫ ହେଉଛନ୍ତି ଏକ ଟ୍ରାନ୍ସଜେଣ୍ଡର । ୨୦୨୩ ବିଶ୍ୱ ଚମ୍ପିଆନସିପରେ ସେ ଜେଣ୍ଡର ଏଲିଜିବିଲିଟି ମାନଦଣ୍ଡକୁ ପୁରା ନ କରିପାରି ବାହାର ହୋଇଥିଲେ । କିନ୍ତୁ ପ୍ୟାରିସ୍ ଅଲିମ୍ପିକ୍ସରେ ତାଙ୍କୁ ଜେଣ୍ଡର ଇକୁ୍ୟାଲିଟି ମାମଲାରେ ତୁରନ୍ତ ଏଣ୍ଟ୍ରି ମିଳିଥିଲା ।

ସୂଚନାରୁ ପ୍ରକାଶ ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା ବକ୍ସିଂ ଇଭେଣ୍ଟରେ ଇଟାଲୀର ବକ୍ସର ଏଞ୍ଜେଲା କାରିନୀ(Angela Carini) ଏବଂ ଆଲଜେରିୟା ବକ୍ସର ଇମାନ୍ ଖଲୀଫ(Imane Khelif)ଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ଏହି ମ୍ୟାଚ୍ ମାତ୍ର ୪୬ ସେକେଣ୍ଡରେ ଶେଷ ହୋଇଥିଲା । ଏଞ୍ଜେଲାଙ୍କ ନାକରେ ଗଭୀର ଆଘାତ ଲାଗିବା କାରଣରୁ ସେ ମ୍ୟାଚ୍ ଅଧାରୁ ଛାଡ଼ି ଚାଲିଯାଇଥିଲେ । ପରେ ଜଣାପଡ଼ିଲା ଯେ ସେ ଯାହାଙ୍କ ସହ ପ୍ରତିଦ୍ୱନ୍ଦିତା କରୁଥିଲେ ଯେ ଜଣେ ପୁରୁଷ । ଏହି ମ୍ୟାଚରେ ପରାଜୟ ହେବା ପରେ ଏଞ୍ଜେଲା ବହୁତ କାନ୍ଦିଥିଲେ । ପରେ ସେ କହିଥିଲେ କି ଏହି ମ୍ୟାଚରେ ସେ ହାରିନାହାଁନ୍ତି ବରଂ ନିଜକୁ ବିଜୟୀ ଭାବୁଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ #IStandWithAngelaCarini ଟ୍ରେଣ୍ଡ୍ କରୁଛି । ତେବେ ଅନେକ ମହଲରୁ ଏହାକୁ ନେଇ ନିନ୍ଦା କରାଯାଉଛି କି ମହିଳାଙ୍କ ସହ ଜଣେ ପୁରୁଷକୁ ମୁକାବିଲା କରିବା ପାଇଁ ଅନୁମତି କିପରି ଦିଆଯାଉଛି  ?

Get real time updates directly on you device, subscribe now.