fbpx

Intel Layoff: ୧୮ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବ ଟପ୍ ସେମିକଣ୍ଡକ୍ଟର କମ୍ପାନୀ!

ନୂଆଦିଲ୍ଲୀ: ନିକଟରେ ଛଟେଇକୁ ନେଇ କୌଣସି ଖବର ସାମ୍ନାକୁ ଆସିନଥିବା ବେଳେ ଏକ ଟପ୍ ସେମିକଣ୍ଡକ୍ଟର କମ୍ପାନୀ ଏବେ ହଜାର ହଜାର କର୍ମଚାରୀଙ୍କୁ ଝଟକା ଦେଇପାରେ । ବିଶ୍ୱର ଅନ୍ୟତମ ବହୁରାଷ୍ଟ୍ରୀୟ କମ୍ପାନୀ ଇଣ୍ଟେଲ ତା’ର କର୍ମଚାରୀ ସଂଖ୍ୟା ହ୍ରାସ କରିପାରେ । କମ୍ପାନୀ ମୋଟ କର୍ମଚାରୀ ସଂଖ୍ୟାର ୧୫ ପ୍ରତିଶତକୁ କାର୍ଯ୍ୟରୁ ଅନ୍ତର କରିପାରେ । ଏନେଇ କମ୍ପାନୀ ଅଗଷ୍ଟ ପହିଲାରେ ଘୋଷଣା କରିଛି । କମ୍ପାନୀର ବଡ଼ ପଦକ୍ଷେପ ଫଳରେ ୧୭,୫୦୦ ବା ପାଖାପାଖି ୧୮ ହଜାର କର୍ମଚାରୀ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ଖବର ମୁତାବକ, ବର୍ତ୍ତମାନ ସମୟରେ ଇଣ୍ଟେଲର ମାନୁଫାକଚରିଂ ବିଜିନେସରେ କ୍ଷତି ଘଟୁଛି । ସେଥିପାଇଁ କମ୍ପାନୀ ତାହାକୁ ଭରଣା କରିବା ପାଇଁ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାକୁ ଘୋଷଣା କରିଛି । କମ୍ପାନୀ ନିଜର ଆର୍ଥିକ ସ୍ଥିତିକୁ ଠିକ୍ କରିବା ପାଇଁ ଚତୁର୍ଥ ତ୍ରୟ ମାସିକ ଲାଭାଂକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ବଜାର ଅନୁମାନ ଠାରୁ କମ୍ପାନୀର ପ୍ରଫିଟ କମ୍ପାନୀ କମ୍ ହେବା ନେଇ ତୃତୀୟ ତ୍ରୟମାସିକ ସମୟରୁ ହିଁ ଜଣାପଡ଼ିଥିଲା । ଏବେ ସାରା ଦୁନିଆରେ ପାରମ୍ପରିକ ଡେଟା ସେଣ୍ଟର ସେମିକଣ୍ଡକ୍ଟର ଉପରେ ଖର୍ଚ୍ଚ କମ୍ ହେବାରେ ଲାଗିଛି ।

ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସେମିକଣ୍ଡକ୍ଟର ଉପରେ ଫୋକସ ବଢ଼ୁଛି । ଫଳରେ ଇଣ୍ଟେଲ ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବହୁତ ପଛରେ ରହିଯାଇଛି । ବର୍ତ୍ତମାନ ସମୟରେ ଇଣ୍ଟେଲର ମୋଟ କର୍ମଚାରୀଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ରହିଛି । ଜୁନ୍ ୨୯ ସୁଦ୍ଧା ତଥ୍ୟ ମୁତାବକ, ଇଣ୍ଟେଲରେ ମୋଟ ୧ ଲକ୍ଷ ୧୬ ହଜାର ୫୦୦ ଜଣ କର୍ମଚାରୀ କାର୍ଯ୍ୟରତ ଥବଲେ । ସେଥିମଧ୍ୟରେ କିଛି ସବସିଡିଧାରୀ କମ୍ପାନୀର କର୍ମଚାରୀଙ୍କ ସଂଖ୍ୟା ସାମିଲ ରହିଛି । ଚଳିତ ବର୍ଷ ଶେଷ ଆଡ଼କୁ କମ୍ପାନୀ ଏହି ଛଟେଇ କରିବ ବୋଲି ଜଣାପଡ଼ିଛି । ଅର୍ଥାତ ଆଗାମୀ ୫ ମାସ ଭିତରେ ହଜାର ହଜାର କର୍ମଚାରୀ ସେମାନଙ୍କ ଚାକିରି ହରାଇବାକୁ ଯାଉଛନ୍ତି ।

Get real time updates directly on you device, subscribe now.