fbpx

‘ଚାହା-ବିସ୍କୁଟ ରଖି ଇଡି ଅଧିକାରୀଙ୍କୁ ମୁଁ ଅପେକ୍ଷା କରିଛି..’, ଜାଣନ୍ତୁ କାହିଁକି ଏପରି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ସେ କହିଛନ୍ତି ଯେ, ୨୯ ଜୁଲାଇରେ ସଂସଦରେ ଦିଆଯାଇଥିବା ତାଙ୍କର ଚକ୍ରବ୍ୟୁହ ଭାଷଣ ପରେ ପ୍ରବର୍ତନ ନିର୍ଦ୍ଦେଶାଳୟ ତାଙ୍କ ଘରେ ଚଢାଉ କରିବ ବୋଲି ଯୋଜନା କରୁଛି । ରାହୁଲ କହିଛନ୍ତି ଯେ, ସେ ଇଡି ଅଧିକାରୀଙ୍କୁ ଅପେକ୍ଷା କରିଛନ୍ତି । କଂଗ୍ରେସ ନେତା ଦାବି କରିଛନ୍ତି ଯେ, ଇଡିର ଗୁପ୍ତ ସୂଚନାଦାତା ତାଙ୍କୁ ଚଢାଉ ହେବ ବୋଲି ସୂଚନା ଦେଇଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ଏକ ପୋଷ୍ଟରେ ରାହୁଲ ଗାନ୍ଧୀ ଇଡିର ଚଢାଉକୁ ନେଇ ଦାବି କରିଛନ୍ତି । ଶୁକ୍ରବାର କରାଯାଇଥିବା ପୋଷ୍ଟରେ ସେ ଲେଖିଛନ୍ତି ଯେ, ୨ରୁ ଜଣଙ୍କୁ ମୋ ଚକ୍ରବ୍ୟୁହ ଭାଷଣ ଭଲ ଲାଗିଲା ନାହିଁ । ଇଡିର ଗୁପ୍ତ ସୂଚନାରୁ ମୁଁ ଜାଣିବାକୁ ପାଇଛି ଯେ, ଚଢାଉ ପାଇଁ ପ୍ରସ୍ତୁତି ଚାଲିଛି । ମୁଁ ଇଡିକୁ ଅପେକ୍ଷା କରିଛି । ଚାହା-ବିସ୍କୁଟ ଖୁଆଇବି । ରାହୁଲ ନିଜର ଏହି ପୋଷ୍ଟରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲକୁ ମଧ୍ୟ ଟ୍ୟାଗ କରିଛନ୍ତି ।

Get real time updates directly on you device, subscribe now.