fbpx

IBPS ପକ୍ଷରୁ ପୁଣି ନିଯୁକ୍ତି ସୁଯୋଗ: ୯୦୦ଟି ପଦ ପାଇଁ ଆରମ୍ଭ ହେଲା ଆବେଦନ

ନୂଆଦିଲ୍ଲୀ: ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ପୁଣି ଆସିଛି ଏକ ବଡ଼ ସୁଯୋଗ । ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ (ଆଇବିପିଏସ) ତରଫରୁ ୪୪୫୫ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ୮୯୬ଟି ପଦ ପୂରଣ ହେବ । ସ୍ପେଶାଲିଷ୍ଟ ଅଫିସର ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଅଗଷ୍ଟ ୧ ତାରିଖରୁ ୨୧ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ ଓ ପେମେଣ୍ଟ ଦାଖଲ କରିପାରିବେ । ନଭେମ୍ବରରେ ପ୍ରିଲିମିନାରୀ ପରୀକ୍ଷା ଓ ଡିସେମ୍ବରରେ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ ।

ଏହି ପଦରେ ଆବେଦନ କରିବାକୁ ସମସ୍ତ ପ୍ରାର୍ଥୀଙ୍କୁ ୮୫୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଓ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯାଇଛି । ଚଳିତ ବର୍ଷ ଅଗଷ୍ଟ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ପ୍ରାର୍ଥୀଙ୍କୁ ଆଇଟି ଅଫିସର, କୃଷି କ୍ଷେତ୍ର ଅଧିକାରୀ, ରାଜଭାଷା ଅଧିକାରୀ, ଆଇନ ଅଧିକାରୀ, ଏଚଆର / କାର୍ମିକ ଅଧିକାରୀ, ମାର୍କେଟିଂ ଅଧିକାରୀ ପଦରେ ନିଯୁକ୍ତି ଦିଆଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://ibpsonline.ibps.in/crpsp14jul24/

ନୋଟିଫିକେସନ ଲିଙ୍କ: https://www.ibps.in/wp-content/uploads/Detailed-Advt.-CRP-SPL-XIV_final-1.pdf

Get real time updates directly on you device, subscribe now.