fbpx

ରାଜ୍ୟ ସରକାରଙ୍କ ୩ ଦିନିଆ ନିବେଶକ ସମ୍ମିଳନୀ: ଓଡ଼ିଶାକୁ ଚଳିତ ବର୍ଷ ଅଧିକ ପୁଞ୍ଜି ଆଣିବାକୁ ଲକ୍ଷ୍ୟ, ସୂଚ଼ନା ଦେଲେ ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର କରିବେ ନିବେଶକ ସମ୍ମିଳନୀ । ଏହା ଚଳିତ ମାସ ଅଗଷ୍ଟ ୭ ଆରମ୍ଭ ହୋଇ ଅଗଷ୍ଟ ୯ରେ ଶେଷ ହେବ । ନିବେଶକ ସମ୍ମିଳନୀଟି ପୁଣେ ଓ ଅହମ୍ମଦାବାଦରେ ହେବାକୁ ଯାଉଛି । ସମ୍ମିଳନୀରେ ଯୋଗଦେବେ ଶିଳ୍ପ, ଏମଏସଏମଇ ମନ୍ତ୍ରୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ ।

ଖବର ଅନୁସାରେ, ସମ୍ମିଳନୀରେ ଅଟୋମୋବାଇଲ୍, ଫୁଡ୍ ପ୍ରୋସେସିଂ, ଡାଉନ୍ ଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଆଦି ଯୋଗଦେବେ । ଏହି ବୈଠକରେ ନିବେଶକମାନଙ୍କ ସହ ସରକାର ପୁଙ୍ଖାନୁପୁଙ୍ଖ ଭାବରେ ଆଲେଚନା କରିବେ । ଚଳିତ ବର୍ଷ ଉତ୍କଳ ଉତ୍କର୍ଷ ସମ୍ମିଳନୀ ଆୟୋଜିତ କରି ଅଧିକ ପୁଞ୍ଜି ଆଣିବାକୁ ଲକ୍ଷ ରଖିଛନ୍ତି ରାଜ୍ୟ ସରକାର ।୨୦୨୯ ସୁଦ୍ଧା ଅଢ଼େଇ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆଣିବାକୁ ଲକ୍ଷ ରଖିଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ।

Get real time updates directly on you device, subscribe now.