fbpx

ରାଜ୍ୟରେ ଆଳୁ ସଙ୍କଟର ଫିଟୁଛି ବାଟ: ଯୋଗାଣ ମନ୍ତ୍ରୀଙ୍କ ସହ ବ୍ୟବସାୟୀ ସଂଘର ଚାଲିଛି ବୈଠକ

ଭୁବନେଶ୍ୱର: ଓଡିଶାରେ ଆଳୁ କୁ ନେଇ ଯେଉଁ ସମସ୍ୟା ଲାଗି ରହିଛି ତାର ସମାଧାନ ଦିଗରେ ସରକାର ଗୁରୁତ୍ୱ ସହ ବ୍ୟବସାୟୀ ସଙ୍ଘ ମାନଙ୍କ ସହିତ ଆଲୋଚନା କରିଛନ୍ତି । ଭଦ୍ରକ ସର୍କିଟ ହାଉସ ଠାରେ ରହି ଉପ-ଜିଲ୍ଲାପାଳ ଓ ଯୋଗାଣ ବିଭାଗ ଅଧିକାରୀ ଓ ରାଇସ ମିଲ ମାଲିକ ସଙ୍ଘ ଓ ବ୍ୟବସାୟୀ ମାନଙ୍କ ସହିତ ଆଲୋଚନା କରିଥିଲେ ।

ସେହିପରି ଆଜି ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ପାତ୍ର ବାରିପଦା ଯାଉଥିବା ଅବସରରେ ଭଦ୍ରକ ସର୍କିଟହାଉସ ଠାରେ ତାଙ୍କୁ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟରେ ଖାଉଟି କାର୍ଡ ହାତେଇଥିବା ଅଯୋଗ୍ୟ ହିତାଧିକାରୀ ମାନଙ୍କୁ କାଟିବା ଓ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଯୋଡିବା ଉପରେ ବିଶେଷ କରି ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସେ ଆହୁରି କହିଥିଲେ, ପଶ୍ଚିମବଙ୍ଗର ମନମୁଖୀ କାର୍ୟ୍ୟକୁ ରୋକିବା ପାଇଁ ଉତ୍ତରପ୍ରଦେଶରୁ ଆଳୁ ଅଣାଯାଉଛି । ତେବେ ଆଳୁ ଯେଉଁ ପରି ଅଧିକ ଉତ୍ପାଦନ ହେବ ଏବଂ ପନିପରିବା ସହିତ ଆଳୁ କିପରି ଶୀତଳ ଭଣ୍ଡାରରେ ଉତ୍ପାଦନ ସମୟରେ ରହି ପାରିବ ତାହା ଉପରେ ଆଲୋଚନା ଚାଲିଛି । ତେଣୁ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.