fbpx

IAS ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ମଧ୍ୟପ୍ରଦେଶ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ ?

ଭୋପାଲ: ଶୁକ୍ରବାର ମଧ୍ୟପ୍ରଦେଶ ସରକାର IAS ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ରାଜ୍ୟରେ ୧୦ ଜଣ ଆଇଏଏସ୍ ଅଧିକାରୀଙ୍କ ଅଦଳ ବଦଳକୁ ନେଇ ଚର୍ଚ୍ଚା ଜାରି ରହିଛି ।

– ଅତିରିକ୍ତ ମୁଖ୍ୟ ଶାସନ ସଚିବ ମହମ୍ମଦ ସୁଲେମାନଙ୍କୁ କୃଷି ଉତ୍ପାଦନ ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଛି । ସେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ଦାୟିତ୍ୱ ତୁଲାଉଥିଲେ ।

– ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବରେ ଏସଏନ୍ ମିଶ୍ରଙ୍କୁ ନିଯୁକ୍ତି ମିଳିଛି । ଏହା ପୂର୍ବରୁ ସେ କୃଷି ଉତ୍ପାଦନ ଆୟୁକ୍ତ ଥିଲେ । ଗୃହ ବିଭାଗ ବ୍ୟତୀତ ସେ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ।

– ଉଚ୍ଚ ଶିକ୍ଷ ବିଭାଗର ଅତିରିକ୍ତ ସଚିବ କେ.ସି ଗୁପ୍ତା ବର୍ତ୍ତମାନ ଲୋକ ନିର୍ମାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ତୁଲାଇବେ ।

– ଗୃହ ବିଭାଗର ମୁଖ୍ୟ ସଚିବ ସଞ୍ଜୟ ଦୁବେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ତୁଲାଇବେ ।

– ମୁଖ୍ୟ ଶାସନ ସଚିବ ଆୟୁଷ ଅନିରୁଦ୍ଧ ମୁଖାର୍ଜୀଙ୍କୁ ମଧ୍ୟପ୍ରଦେଶ ଭବନର ଓଏସ୍‌ଡି ନିଯୁକ୍ତ କରାଯାଇଛି ।

– ସମବାୟ ବିଭାଗର ମୁଖ୍ୟ ସଚିବ ଦିପାଲୀ ରସ୍ତୋଗୀଙ୍କୁ ପଂଚାୟତ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ଭାବେ ନିଯୁକ୍ତ କରାଯାଇଛି ।

– ଲୋକ ନିର୍ମାଣ ବିଭାଗର ମୁଖ୍ୟ ସଚିବ ଡି.ପି. ଅହୁଜା, ଆୟୁଷଙ୍କୁ ମତ୍ସ୍ୟ ବିଭାଗ ମୁଖ୍ୟ ସଚିବ ଭାବରେ ନିଯୁକ୍ତ କରାଯାଇଛି ।

– ଜନସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷା ବିଭାଗର ମୁଖ୍ୟ ସଚିବ ବିବେକ କୁମାର ପୋରୱାଲଙ୍କୁ ରାଜସ୍ୱ ବିଭାଗର ମୁଖ୍ୟ ସଚିବ ଭାବରେ ନିଯୁକ୍ତ କରାଯାଇଛି ।

– ବିମାନ ଚଳାଚଳ ବିଭାଗର ମୁଖ୍ୟ ସଚିବ ସନ୍ଦୀପ ଯାଦବଙ୍କୁ ଜନସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷା ବିଭାଗର ମୁଖ୍ୟ ସଚିବ ନିଯୁକ୍ତ କରାଯାଇଛି ।

– ସୁଦାମ ଖାଡ଼େଙ୍କୁ ଲୋକସମ୍ପର୍କ ବିଭାଗର ସଚିବ ଏବଂ କମିଶନର ଭାବେ ନିଯୁକ୍ତ ନିଯୁକ୍ତ କରାଯାଇଛି ।

 

Get real time updates directly on you device, subscribe now.