fbpx

ରାଜ୍ୟରେ ବିଏସକେଓ୍ୱାଇ କାର୍ଡ ଚାଲୁ ରହିବ: ବିଲ୍ ପାସ୍ ପରେ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ମିଳିବ

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସକେଓ୍ୱାଇର ନାମ ପରିବର୍ତ୍ତନ କରାଯାଇ ଗୋପବନ୍ଧୁ ଜନ ଆରୋଗ୍ୟ ହୋଇଛି।ଏହି ନୂଆ ଯୋଜନା କେବେ ଲାଗୁ ହେବ ତାରିଖ ସ୍ପଷ୍ଟ ହୋଇନଥିବା ବେଳେ ଏହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସ୍ପଷ୍ଟ କରିଛନ୍ତି ।

ଖବର ଅନୁଯାୟୀ, ବିଧାନସଭାରେ ରାଜ୍ୟ ସରକାର ଆଗତ କରିଥିବା ବଜେଟ ଅନୁଯାୟୀ ପୂର୍ବ ସରକରାରର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସକେଓ୍ୱାଇର ନାମ ଗୋପବନ୍ଧୁ ଜନ ଆରୋଗ୍ୟ ହୋଇଛି । ବର୍ତ୍ତମାନ ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ବିଏସକେଓ୍ୱାଇ ଜାରି ରହିବ । ବଜେଟ ସେପ୍ଟେମ୍ବର ୧୦ ତାରିଖରେ ଆପ୍ରୋପିଏସନ୍ ବିଲ୍ ପାସ୍ ହେବ। ଏହାପରେ ପର୍ୟ୍ୟାୟ କ୍ରମେ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଲାଗୁହେବ। ପରେ ସମସ୍ତଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ମିଳିବ ।

ସେହିପରି ଏହି ବିଏସକେୱାଇ କାର୍ଡରେ ପାଖାପାଖି ୧ କୋଟି ୧୦ ଲକ୍ଷ ଲୋକ ଉପକୃତ ହେବେ । ଲୋକମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବା ଲାଗି ରାଜ୍ୟ ସରକାର ଏହି କାର୍ଡ ବଣ୍ଟନ କରିଛନ୍ତି। ଏଥିରେ ସମସ୍ତ ପରିବାରଗୁଡ଼ିକ ଘରୋଇ ହସ୍ପିଟାଲରେ ଗୁରୁତର ରୋଗର ମାଗଣା ଚିକିତ୍ସାର ସୁବିଧା ପାଇବେ।

ବିଏସକେୱାଇ କାର୍ଡରେ ହୃଦରୋଗ, କିଡନୀ, ଯକୃତ, ବ୍ରେନ ଷ୍ଟ୍ରୋକ, ଗୁରୁତର ମୁଣ୍ଡ ଆଘାତ, ବ୍ରେନ୍ ଟ୍ୟୁମର, ପୋଡ଼ିଯିବା, ସ୍ନାୟୁବିକ ରୋଗ ଓ କ୍ୟାନସର ଭଳି ୯ଟି ଗୁରୁତର ରୋଗର କ୍ୟାସଲେସ୍ ଚିକିତ୍ସା ସୁବିଧା ଉଭୟ ରାଜ୍ୟ ଭିତରେ ଓ ବାହାରେ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ମିଳିପାରିବ।

Get real time updates directly on you device, subscribe now.