fbpx

ଋତୁସ୍ରାବ ପୂର୍ବରୁ ହେଉଛି କି ସ୍ପଟିଙ୍ଗ (spotting), ଏହି ୫ ଟି କାରଣ ଦାୟୀ, ଝିଅମାନେ ଜାଣିବା ଉଚିତ…

ଓଡିଶା ଭାସ୍କର: ପ୍ରତିମାସରେ ମହିଳାଙ୍କ ପିରିୟଡସ ହୋଇଥାଏ । ଫଳରେ ସେମାନଙ୍କ ଶରୀରରେ ପରିବର୍ତ୍ତନ ମଧ୍ୟ ଦୃଷ୍ଟିଗୋଚର ହୁଏ । ତେବେ କେବେ କେବେ ଋତୁସ୍ରାବ ପୂର୍ବରୁ ହାଲୁକା ଭାବରେ ରକ୍ତ ମଧ୍ୟ ବାହାରିଥାଏ । ଯାହାକୁ ‘ସ୍ପଟିଙ୍କ’(spotting) କୁହାଯାଏ । ଏହା ସାଧାରଣ ଭାବରେ ଚିନ୍ତାର କାରଣ ହୋଇ ନ ଥାଇପାରେ । କିନ୍ତୁ, ଏହାର ଅନେକ କାରଣ ରହିଛି । ଜାଣିବା ‘ସ୍ପଟିଙ୍କ’(spotting) ର ପାଞ୍ଚ କାରଣ….

ହର୍ମୋନାଲ ଅସନ୍ତୁଳନ: ହର୍ମୋନାଲ ଅସ୍ତୁଳନ ସ୍ପଟିଙ୍ଗର ସବୁଠୁ ସାମାନ୍ୟ କାରଣ ହୋଇଥାଏ । ଯେତେବେଳେ ଶରୀରରେ ଏଷ୍ଟ୍ରୋଜେନ ଓ ପ୍ରୋଜେଷ୍ଟେରନ ହର୍ମୋନର ସନ୍ତୁଳନ ବିଗିଡି ଯାଏ, ସେହି ସମୟରେ ଝିଅ ତଥା ମହିଳାଙ୍କ କ୍ଷେତ୍ରରେ ପିରିୟଡସ୍ ବିଳମ୍ବ ହୁଏ । ଏହାଠୁ ବଞ୍ଚିବା ପାଇଁ ନିୟମିତ ବ୍ୟାୟାମ ସହ ସନ୍ତୁଳିତ ଆହାର ସେବନ ତଥା ମାନସିକ ଭାବନାକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି ।

ଗର୍ଭନିରୋଧକ ବଟିକା: ଗର୍ଭନିରୋଧକ ବଟିକା ସେବନ ଫଳରେ ସ୍ପଟିଙ୍ଗ (spotting) ହେବାର ସମ୍ଭାବନା ଅଧିକ ରହେ ମହିଳାଙ୍କ କ୍ଷେତ୍ରରେ । ସାଧାରଣତଃ ମହିଳାମାନେ ବଟିକା ବଦଳାନ୍ତି କିମ୍ବା ନୂଆ ବଟିକା ସେବନ କରନ୍ତି । ଫଳରେ ସେମାନଙ୍କଠାରେ ଏହି ସମସ୍ୟା ଦେଖାଯାଏ । ଏହାଠୁ ଦୂରେଇ ରହିବା ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସଠିକ ବଟିକାର ଚୟନ କରି ସଠିକ ସମୟରେ ଖାଇବା ଆବଶ୍ୟକ ।

ଥାୟରୟଡ ସମସ୍ୟା: ଥାୟରୟଡ ଗ୍ରନ୍ଥିରେ ସମସ୍ୟା ହେବା ଯଥା- ହାଇପୋଥାଇରୟଡିଜିମ ବା ହାଇପରଥାଇରୟଡିଜିମ ମଧ୍ୟ ସ୍ପଟିଙ୍ଗ ଅନ୍ୟ ପ୍ରମୁଖ କାରଣ ହୋଇଥାଏ । ଏହାଠୁ ବଞ୍ଚିତ ହେବା ପାଇଁ ନିୟମିତ ଥାୟରୟଡର ଯାଞ୍ଚ କରିବା ଦରକାର । ଏହାବାଦ ଡାକ୍ତରଙ୍କ ସହ ପରାମର୍ଶ ମଧ୍ୟ ନେବା ଆବଶ୍ୟକ ।

ଗର୍ଭାବସ୍ଥା: ଜଣେ ମହିଳା ଯଦି ଗର୍ଭବତୀ ଥାଆନ୍ତି, ତେବେ ପ୍ରାରମ୍ଭିକ ସପ୍ତାହରେ ତାହାଙ୍କୁ ସ୍ପଟିଙ୍ଗ ସମସ୍ୟା ଦେଇ ଯିବାକୁ ପଡିପାରେ । ଗର୍ଭାବସ୍ଥା ସମୟରେ ହେଉଥିବା ଏହି ସ୍ପଟିଙ୍ଗକୁ ଇମ୍ଲାଣ୍ଟେଶନ ବ୍ଲିଡିଙ୍ଗ(impantation bleeding) କହନ୍ତି । ଏଭଳି ପରିସ୍ଥିତି ଦେଇ ଗତି କରିଲେ ଗର୍ଭବତୀ ମହିଳାଙ୍କୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଗର୍ଭାବସ୍ଥାର ପୁଷ୍ଟି କରିବା ଆବଶ୍ୟକ ।

ୟୁଟରିନ ତଥା ସର୍ବିକଲ ପଲିପ୍ସ: ଏହା ମଧ୍ୟ ମହିଳାଙ୍କ ସ୍ପଟିଙ୍କ କାରଣ ଭାବରେ ଉଭା ହୋଇପାରେ । ୟୁଟରିନ ତଥା ସର୍ବିକଲ ପଲିପ୍ସ ନନ କ୍ୟାନସର ଗଣ୍ଠି ହୋଇଥାଏ । ଏହାକୁ ଦୂରେଇବା ପାଇଁ ନିୟମିତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବା ନିତାନ୍ତ ଆବଶ୍ୟକ । ନହେଲେ ପରବର୍ତ୍ତୀ ସମୟରେ ଏହା ଜଣେ ମହିଳାଙ୍କ ପାଇଁ କାଳ ସାଜିପାରେ ।

ସ୍ପଟିଙ୍ଗଠୁ ଦୂରେଇ ରହିବା ପାଇଁ ମହିଳାମାନଙ୍କୁ ସନ୍ତୁଳିତ ଆହାର ସହ ବ୍ୟାୟାମ କରିବା ଦରକାର । ଏହାବାଦ ଦିନସାରା ପର୍ଯ୍ୟାପ୍ତ ପାଣି ପିଇବା ଉଚିତ । ଏତତବ୍ୟତୀତ ସୁସ୍ଥ ମସ୍ତିଷ୍କରେ କାର୍ଯ୍ୟ କରନ୍ତୁ । ତାହାସହ ପର୍ଯ୍ୟପ୍ତ ନିଦ ସହ ସଠିକ ଗର୍ଭନିରୋଧକ ବଟିକାର ଚୟନ କରନ୍ତୁ । ଆୟରନ ଯୁକ୍ତ ଭୋଜନ ଖାଆନ୍ତୁ । ସୁସ୍ଥ ରହିବେ, ସୁନ୍ଦର ହୋଇ ଉଠିବ ଆପଣଙ୍କ ଜୀବନ ।

Get real time updates directly on you device, subscribe now.