fbpx

ପ୍ୟାରିସରେ ମନୁ ଥରେ ବି ମଧ୍ୟାହ୍ନ ଭୋଜନ ଖାଇ ନାହାନ୍ତି, ହେଲେ ବି ଜିତିଛନ୍ତି ୨ କାଂସ୍ୟ, ମା’ କହିଲେ, ଘରକୁ ଆସିଲେ ଖାଇବ ‘ଆଳୁ ପରାଠା’

ଓଡିଶା ଭାସ୍କର: ପ୍ୟାରିସ ଅଲମ୍ପିକ୍ସ ୨୦୨୪ରେ ଐତିହାସିକ ହ୍ୟାଟ୍ରିକ ପଦକ ଜିତିବାରୁ ଅଳ୍ପକେ ବର୍ତ୍ତିଗଲେ ସୁଟର ମନୁ ଭାକର । ଏହା ପରେ ସେ ତାଙ୍କ ଇଭେଣ୍ଟ ସରିବା ସମୟରେ ନିଶ୍ଚିତ ଭାବିଥିବେ ଯେ, ଆଗାମୀ ଅଲିମ୍ପିକ୍ସ ଆମେରିକାର ଲସଏଞ୍ଜଲସରେ ହେବାକୁ ଯାଉଛି । ପୁଣି ୪ ବର୍ଷପରେ ସେ ସେଠି ଖେଳିବେ ନା ନାହିଁ ତାହା ତ ସମୟ କହିବ । କିନ୍ତୁ, ମନୁ ଯାହା କରିଥିଲେ ପ୍ୟାରିସ ଅଲିମ୍ପିକ୍ସରେ ତାହା ବି ଐତିହାସିକ ହିଁ ଥିଲା । ୧୨ ବର୍ଷ ପରେ ଭାରତକୁ ସେ ବନ୍ଧୁକଚାଳନାରେ ପଦକ ଦେଲେ, ପ୍ରଥମ ଭାରତୀୟ ମହିଳା ପଦକ ବିଜେତା ବି ହେଲେ ତାଙ୍କ ଇଭେଣ୍ଟରେ । ଏହାବାଦ ୨ କାଂସ୍ୟ ଜିତି ଅଳିମ୍ପିକ୍ସ ଇତିହାସରେ ସ୍ୱାଧୀନ ଭାରତର ସେ ପ୍ରତମ ଆଥଲେଟ ପଦ ବି ପାଇଲେ ଓ ତାଙ୍କ ନାମକୁ ସ୍ୱର୍ଣ୍ଣିମ ଅଧ୍ୟାୟରେ ଯୋଡିଦେଲେ ।

ତେବେ ମନୁ ଏତେ ସବୁ କାରନାମା କରିଥିଲେ ପ୍ୟାରିସରେ ବିନା ମଧ୍ୟାହ୍ନ ଭୋଜନ ସେବନ କରି । ସୁଟିଂ ଅଭ୍ୟାସ କରିବାର ପ୍ରାରମ୍ଭିକ ସମୟରେ ସେ ଗାଁରୁ ସକାଳୁ ଜଳଖିଆ ଖାଇ ସନ୍ଧ୍ୟାରେ ଫେରୁଥିଲେ । ମାନେ ସମାନ ଜିନିଷ ସେ ପ୍ୟାରିସରେ ବି କରିଛନ୍ତି । ମନୁ ୨୫ ମିଟର ଏୟାର ପିଷ୍ଟଲ ଫାଇନଲାରେ ଚତୁର୍ଥ ସ୍ଥାନ ହାସିଲ କରିବା ପରେ କହିଛନ୍ତି ଯେ, ତାଙ୍କ ମନରେ ଆଗାମୀ ମ୍ୟାଚ ବିଷୟ ହିଁ ଉଙ୍କି ମାରୁଥିଲା । ୨୨ ବର୍ଷୀୟ ମନୁଙ୍କ ଏତେ ସାରା ଜିନିଷ ହାସିଲ ପରେ ବି ସେ ହୃଦୟରୁ ସମ୍ପୂର୍ଣ୍ଣ ଖୁସି ନ ଥିଲେ । ନିଜର ଶୁଭେଚ୍ଛୁ, ଶୁଭଚିନ୍ତକ ତଥା ପରିବାରବର୍ଗଙ୍କୁ ସେ କୃତଜ୍ଞତା ଜଣାଇ କାନ୍ଦିଥିଲେ ବି । ସେ ଦ୍ୱିପ୍ରହରର ଭୋଜନ ଖାଇବା ଉପରେ ମଧ୍ୟ ତାଙ୍କ ସାକ୍ଷାତକାରରେ କହିଥିଲେ ।
ମନୁଙ୍କ ମା’ ଯେବେ ଏକଥା ଜାଣିଥିଲେ ସେ କହିଥିଲେ ଯେ ମନୁ ଘରକୁ ଫେରିଲେ ତାହାର ପ୍ରିୟ ଖାଦ୍ୟ ଆଳୁ ପରାଠା ଖାଇବ । ସେ କେବେ ଘରକୁ ଆସିବ ତାଙ୍କ ମା’ ଜାଣି ନ ଥିଲେ । କିନ୍ତୁ, ମନୁଙ୍କୁ ଆଳୁ ପରାଠା ଖାଇବାକୁ ଦେବାକୁ ସେ ପ୍ରତିଜ୍ଞାବଦ୍ଧ । କହିରଖୁ, ମନୁଙ୍କ ମା’ ସୁମେଧା ତାଙ୍କର ମ୍ୟାଚକୁ ଲାଇଭ ଦେଖିବାକୁ ପସନ୍ଦ କରନ୍ତି ନାହିଁ । ମନୁ ତାଙ୍କ ମା’ଙ୍କ ତ୍ୟାଗକୁ ନେଇ ତାଙ୍କ ଦୀର୍ଘାୟୁ କାମନା ମଧ୍ୟ କରିଛନ୍ତି ।

 

Get real time updates directly on you device, subscribe now.