fbpx

ଅଗଷ୍ଟ ୬ରେ ପ୍ରକାଶ ପାଇବ B.Ed ପ୍ରବେଶିକା ପରୀକ୍ଷା ରେଜଲ୍ଟ! ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଏଡ୍ ପରୀକ୍ଷାର ରେଜଲ୍ଟ କେବେ ଘୋଷଣା ହେବ ସେନେଇ ଆଶାୟୀମାନେ ଚାହିଁ ରହିଥିବା ବେଳେ ଏନେଇ ଆସିଛି ଏକ ବଡ଼ ଅପଡେଟ୍ । ଏ ବାବଦରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀମାନେ ରେଜଲ୍ଟ ପ୍ରକାଶ ଠାରୁ ଆରମ୍ଭ କରି ଆଡମିସନ ରିପୋର୍ଟିଂ ସମ୍ବନ୍ଧିତ ସମସ୍ତ ସୂଚନା ପାଇ ପାରିବେ । ଏନେଇ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଏଡ୍ ପ୍ରବେଶିକା ପରୀକ୍ଷାକୁ ରାଜ୍ୟ ଚୟନ ବୋର୍ଡ (ଏସଏସବି), ଓଡ଼ିଶା ଦ୍ୱାରା ପରିଚାଳିତ ହୋଇଥିବା ବେଳେ ଏହାର ଫଳ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରାଯାଇଛି । ତେବେ ଆସନ୍ତା ୬ ତାରିଖରେ ଫଳ ପ୍ରକାଶ ପାଇବାକୁ ରଖାଯାଇଛି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ସେହିପରି ୫ ତାରିଖରେ ପିଜି ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.