fbpx

ଯୌନ ସୁଖ ଲୋଭରେ ବଡ଼ ଭୁଲ୍ କରିଦେଲେ ଭାରତୀୟ ଯୁବକ! ପେଟ ଭିତରେ ପଶିଗଲା ୨ ଫୁଟ ଲମ୍ବର ଏକ ଜୀଅନ୍ତା ମାଛ….

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଲୋକ ଜାଣତରେ ହେଉ କି ଅଜାଣତରେ ଏକ ବଡ଼ ଭୁଲ କରିଦେଇଥାନ୍ତି । ଏପରି ଭୁଲ୍ ପାଇଁ ଅନେକ ସମୟରେ ବହୁମୂଲ୍ୟ ଦେବାକୁ ପଡ଼ିଥାଏ । ତେବେ ଏପରି କିଛି ଘଟିଛି ଜଣେ ୩୧ ଭାରତୀୟ ଯୁବକଙ୍କ ସହ । ଭିଏତନାମରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା । ଡାକ୍ତର ଜଣେ ପୁରୁଷଙ୍କ ପେଟରୁ ଏକ ବିରାଟକାୟ ଈଲ (ଏକପ୍ରକାର ମାଛ)କୁ ବାହାର କରିଛନ୍ତି । ଯୁବକ ଜଣଙ୍କ ତାଙ୍କର ପ୍ରାଇଭେଟ ପାର୍ଟ ବାଟେ ଏହି ମାଛକୁ ପ୍ରବେଶ କରାଇଥିବା କୁହାଯାଉଛି । ଏହା ଏତେ ବିପଜ୍ଜନକ ହେବ ବୋଲି ଯୁବକ ଜଣଙ୍କ କେବେ ବି ଆଶା କରିନଥିଲେ । ଏହି ଈଲ ଯୁବକଙ୍କ ଶରୀରକୁ ଭିତରୁ କାଟିବାରେ ଲାଗିଥିଲା ।

ଖବର ମୁତାବକ, ଭିଏତନାମ ରାଜଧାନୀ ହାନୋଈରେ ଜଣେ ୩୧ ବର୍ଷୀୟ ଭାରତୀୟ ଯୁବକ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ହସ୍ପିଟାଲରେ ପହଞ୍ଚିଥିଲେ । ସେ ନିଜର ପ୍ରାଇଭେଟ ପାର୍ଟ ଦେଇ ଏହି ମାଛକୁ ପ୍ରବେଶ କରାଇ ଦେଇଥିଲେ । ଅନ୍ୟପକ୍ଷରେ ମାଛଟି ବାହାରକୁ ବାହାରିବାକୁ ପ୍ରୟାସ କରି ଶରୀରକୁ ଭିତରୁ କାଟିବାରେ ଲାଗିଥିଲା । ଡାକ୍ତର ଯୁବକଙ୍କ ଏକ୍ସ-ରେ କରିବା ପରେ ମାଛର ହାଡ଼ ଦେଖି ଚକିତ ହୋଇଯାଇଥିଲେ । ଗତ ମାସ ୨୭ ତାରିଖରେ ଯୁବକ ଜଣଙ୍କ ମେଡିକାଲରେ ପହଞ୍ଚିଥିଲେ । ଉକ୍ତ ଈଲର ଲମ୍ବ ୨୫ ରହିଥିବା ବେଳେ ବ୍ୟାସ ୪ ଇଞ୍ଚ ରହିଥିଲା । ଡାକ୍ତର ପେଟ ଭିତରୁ ଲେମ୍ବୁ ମଧ୍ୟ ବାହାର କରିଥିଲେ । ଯୁବକଙ୍କ ଶରୀର ରେକ୍ଟମ ଓ କୋଲୋନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଡାକ୍ତର ତା’ର ଚିକିତ୍ସା କରିବା ପରେ ରୋଗୀ ବିପଦମୁକ୍ତ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ଈଲ ହେଉଛି ସାପ ଭଳି ଦେଖାଯାଉଥିବା ଏକ ମାଛ । ଏହା ପାଣି ବାହାରେ ବି ବହୁ ସମୟ ଧରି ଜୀବିତ ରହିପାରେ । ତେଣୁ ଯୁବକଙ୍କ ପ୍ରାଇଭେଟ ପାର୍ଟରେ ପ୍ରବେଶ କରିବା ପରେ ଈଲ ମଳାଶୟ ଓ ବଡ଼ ଅନ୍ତର କିଛି ଅଂଶକୁ କାଟି ପକାଇଥିଲା । ସେହି କାରଣରୁ ଯୁବକଙ୍କୁ ଅସହ୍ୟ ଯନ୍ତ୍ରଣା ସହ୍ୟ କରିବାକୁ ପଡ଼ିଥିଲା ଓ ଜରୁରୀକାଳୀନ ଭିତ୍ତିରେ ସର୍ଜରୀ କରିବାକୁ ପଡ଼ିଥିଲା । ଯୁବକଙ୍କ ପେଟ ଭିତରେ ଏକ ଲେମ୍ବୁ ରହୁଥିବାରୁ ତାହା ଈଲର ରାସ୍ତାକୁ ରୋକୁଥିଲା ବୋଲି ଡାକ୍ତର କହିଥିଲେ ।

Get real time updates directly on you device, subscribe now.