fbpx

ପ୍ୟାରିସ ଅଲିମ୍ପିକ୍ସ: ଇତିହାସ ରଚିଲେ ଅବିନାଶ ସାବଲେ, ପ୍ରଥମ ଭାରତୀୟ ଭାବେ ୩୦୦୦ ମିଟର ଷ୍ଟିପଲଚେଜ୍ ଫାଇନାଲରେ ପହଞ୍ଚିଲେ

ନୂଆଦିଲ୍ଲୀ: ପ୍ୟାରିସ ଅଲମ୍ପିକ୍ସର ଦଶମ ଦିନର ଖେଳ ସମାପ୍ତ ହୋଇଛି । କିଛି କ୍ରୀଡ଼ାରେ ଭାରତୀୟ ଆଥଲେଟ୍ସ ନିରାଶ ହୋଇଥିବା ବେଳେ ଆଉ କିଛି ବିଭାଗରେ ସଫଳତା ମିଳିଛି । ତେବେ ଦଶମ ଦିନସରେ ଭାରତୀୟ ଆଥଲେଟ୍ ଅବିନାଶ ସାବଲେ ଇତିହାସ ରଚିଛନ୍ତି । ପ୍ରଥମ ଭାରତୀୟ ଭାବେ ଅବିନାଶ ଅଲିମ୍ପିକ୍ସରେ ୩୦୦୦ ମିଟର ଷ୍ଟିପଲଚେଜରେ ଫାଇନାଲରେ ପହଞ୍ଚିଛନ୍ତି । ଅବିନାଶ ପଞ୍ଚମ ସ୍ଥାନରେ ରହି ଫାଇନାଲ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଏହି ସଫଳତା ପରେ ଜାତୀୟ ରେକର୍ଡଧାରୀ ଅବିନାଶ ଚଳିତ ଅଲିମ୍ପିକ୍ସରେ ପଦକ ଜିତିବା ଆଶା ବଢ଼ିଯାଇଛି । ଅବିନାଶ ନିଜର ହିଟ ୮:୧୫:୧୩ ମିନିଟରେ ସମାପ୍ତ କରି ପଞ୍ଚମ ସ୍ଥାନରେ ରହି ଫାଇନାଲକୁ କ୍ୱାଲିଫାଏ କରିଥିଲେ । ସେ ଏହି ଇଭେଣ୍ଟରେ ପହଞ୍ଚିବାରେ ପ୍ରଥମ ଭାରତୀୟ ପୁରୁଷ ଓ ଦ୍ୱିତୀୟ ଆଥଲେଟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହା ପୂର୍ବରୁ ୨୦୧୬ ରିଓ ଅଲିମ୍ପିକ୍ସରେ ମହିଳା ବର୍ଗରେ ଲଳିତା ବାବର ଫାଇନାଲକୁ କ୍ୱାଲିଫାଏ କରିଥିଲେ । ମୋଟ ୩ଟି ହିଟ୍ ଅନୁଷ୍ଠିତ ହୋଇଥିବା ବେଳେ ପ୍ରତି ହିଟର ୫ ଜଣ ଶ୍ରେଷ୍ଠ ଧାବକଙ୍କୁ ଫାଇନାଲ ନିମନ୍ତେ ଟିକେଟ ମିଳିଛି । ଆସନ୍ତା ୮ ତାରିଖ ଦିନ ରାତି ୧.୧୫ ସମୟରେ ଫାଇନାଲ ରେସ୍ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.