fbpx

ଅଲିମ୍ପିକ୍ସରେ ଭାରତକୁ ପୁଣି ଏକ ବଡ଼ ଝଟକା: ଅଯୋଗ୍ୟ ଘୋଷିତ ହେବା ପରେ ବେହୋସ୍ ହୋଇ ତଳେ ପଡ଼ିଗଲେ ବିନେଶ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ବିନେଶ ଫୋଗଟ ଅଧିକ ଓଜନ କାରଣରୁ ଅଲିମ୍ପିକ୍ସ ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ ହେବା ପରେ ଭାରତୀୟ କ୍ରୀଡ଼ା ଜଗତକୁ ଲାଗିଛି ଏକ ବଡ଼ ଝଟକା । ଆଉ କିଛି ଘଣ୍ଟା ପରେ ବିନେଶ ଆମେରିକୀୟ କୁସ୍ତିଯୋଦ୍ଧାଙ୍କ ସହିତ ଫାଇନାଲ ମ୍ୟାଚ ଖେଳିଥାନ୍ତେ । ଏଥର ରେସଲିଂରେ ବିନେଶ ଭାରତ ପାଇଁ ରୌପ୍ୟ ପଦକ ସୁନିଶ୍ଚିତ କରିଥିବା ବେଳେ ସେ ସ୍ୱର୍ଣ୍ଣ ଜିତିବାର ବଡ଼ ସୁଯୋଗ ରହିଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ସବୁକିଛି ଚୁରମାର ହୋଇଯାଇଥିଲା ।

ତେବେ ଏହା ମଧ୍ୟରେ ଭାରତ ପାଇଁ ପୁଣି ଆସିଛି ଏକ ବଡ଼ ଖବର । ଅଯୋଗ୍ୟ ଘୋଷିତ ହେବା ପରେ ବିନେଶ ବେହୋସ ହୋଇ ତଳେ ପଡ଼ିଯାଇଛନ୍ତି । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିନେଶଙ୍କୁ ଆଇଭି ଫ୍ଲୁଏଡ ଦେବାକୁ ସୁପାରିଶ କରାଯାଇଛି । ଡିହାଇଡ୍ରେସନ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଲିମ୍ପିକ କ୍ରୀଡ଼ା ଗ୍ରାମର ପଲିକ୍ଲିନିକରେ ଭାରତୀୟ ମହିଳା କୁସ୍ତିଯୋଦ୍ଧାଙ୍କୁ ଭର୍ତ୍ତି କରାଯାଇଛି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ସେ ଆରାମ କରୁଥିବା ଜଣାପଡ଼ିଛି । ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି)ର ନିଷ୍ପତ୍ତି ବିରୋଧରେ ଅପିଲ କରିବା ଭାରତୀୟ ଦଳ ନିକଟରେ କୌଣସି ବିକଳ୍ପ ନାହିଁ । ସୂଚନାଯୋଗ୍ୟ ଯେ, ବିନେଶ ୫୦ କେଜି ବର୍ଗରେ ରେସଲିଂ ଫାଇନାଲରେ ପହଞ୍ଚିଥିଲେ । ମାତ୍ର ଓଜନ ବିନେଶଙ୍କର ଓଜନ ଅଧିକ ରହିଥିବା ଜଣାପଡ଼ିବା ପରେ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା ।

Get real time updates directly on you device, subscribe now.