fbpx

ବାଂଲାଦେଶ ରାଜନୈତିକ ଅସ୍ଥିରତା: ବନ୍ଦ ହେଲା ଟେକ୍ସଟାଇଲ ଏକ୍ସପୋର୍ଟ ଫ୍ୟାକ୍ଟ୍ରି, ସଂକଟରେ ଦେଶର ଅର୍ଥନୀତି

ଢାକା: ବାଂଲାଦେଶରେ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଦିନକୁ ଦିନ ରାଜନୈତିକ ଅସ୍ଥିରତା ଘନେଇବାରେ ଲାଗିଛି । ଏଥିମଧ୍ୟରେ ଦେଶର ଟେକ୍ସଟାଇଲ ଇଣ୍ଡଷ୍ଟ୍ରି ଉପରେ ବିପଦର କଣ୍ଟା ଝୁଲୁଛି ଯାହା ଏହା ଅର୍ଥନୀତିକୁ ପ୍ରଭାବିତ କରିବାନେଇ ଆଶଙ୍କା ଦେଖାଦେଇଛି । ଚୀନ ଏବଂ ୟୁରୋପୀୟ ୟୁନିୟନ ପରେ ବାଂଲାଦେଶ ଟେକ୍ସଟାଇଲ ଏକ୍ସପୋର୍ଟରେ ତାଲିକାରେ ତୃତୀୟ ନମ୍ବରରେ ରହିଛି । ଦେଶର ଅର୍ଥନୀତିର ବଡ଼ ଅଂଶ ଟେକ୍ସଟାଇଲ ଇଣ୍ଡଷ୍ଟ୍ରିରୁ ଆସିଥାଏ । ତେବେ ବାଂଲାଦେଶରେ ହିଂସା ଦେଖାଯିବା ପରେ ୨ଟି ବଡ଼ କମ୍ପାନୀ ଦେଶରେ ଥିବା ନିଜ କାରଖାନା ବନ୍ଦ କରିଛନ୍ତି ।

ଏକ ରିପୋର୍ଟରୁ ପ୍ରକାଶ ଯେ ବାଂଲାଦେଶର ଟେକ୍ସଟାଇଲ ଉତ୍ପାଦକ ସଂଘ ସମସ୍ତ ସୁବିଧା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆହ୍ୱାନ କରିଛନ୍ତି । ବାଂଲାଦେଶରେ ଦୁଇଟି ଗ୍ଲୋବାଲ ଗାର୍ମେଣ୍ଟ ଫ୍ୟାକ୍ଟ୍ରି H&M ଏବଂ Zara କାରଖାନା ବନ୍ଦ ହୋଇଯାଇଛି । ଏହି ଦୁଇଟି କମ୍ପାନୀ ପାଇଁ ବାଂଲାଦେଶ ବୟନ ଉତ୍ପାଦନର ପ୍ରମୁଖ କେନ୍ଦ୍ର ଅଟେ । H&M ବାଂଲାଦେଶରୁ ପ୍ରାୟ ୧୦୦୦ରୁ ଅଧିକ ଫ୍ୟାକ୍ଟ୍ରିରୁ କପଡ଼ା ଅର୍ଡ଼ର କରିଥାଏ । ସେହିପରି Zaraର ପ୍ରମୁଖ ଉତ୍ପାଦନ କ୍ଲଷ୍ଟର ବାଂଲାଦେଶରେ ରହିଛି ।

Get real time updates directly on you device, subscribe now.