fbpx

(Video) ବାଂଲାଦେଶ ବିକ୍ଷୋଭରେ ସାମିଲ ହେଲେ ବିରାଟ: ଖୁବ ମସ୍ତିରେ ନାଚିଲେ କୋହଲି!

ନୂଆଦିଲ୍ଲୀ: ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷଣ ପ୍ରସଙ୍ଗକୁ ନେଇ ବାଂଲାଦେଶରେ ୩ ଦିନରୁ ତୀବ୍ର ବିରୋଧ ଜାରି ରହିଛି । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଶେଖ୍ ହସୀନା ଦେଶ ଛାଡ଼ି ଚାଲିଯିବା ପରେ ମଧ୍ୟ ବାଂଲାଦେଶରେ ଥମୁନି ହିଂସା । ବିପକ୍ଷୀ ଦଳର ସମର୍ଥନ ପାଇବା ପରେ ଲକ୍ଷ ଲକ୍ଷ ବିକ୍ଷୋଭକାରୀ ବର୍ତ୍ତମାନ ରାସ୍ତାକୁ ଓହ୍ଲାଇଛନ୍ତି । ବିରୋଧ ପ୍ରଦର୍ଶନ ସମୟରେ ଏକ ଅଜବ ଘଟଣା ସାମନାକୁ ଆସିଛି । ଏହି ବିରୋଧ ପ୍ରଦର୍ଶନ ସମୟରେ ବାଂଲାଦେଶ ସଡ଼କରେ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ସୋସିଆଲ ମିଡିଆରେ ଏହାକୁ ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଅନେକ ୟୁଜର୍ସ ସେୟାର କରିଛନ୍ତି । ଭିଡିଓରେ ବିରାଟଙ୍କୁ ବାଂଲାଦେଶ ସଡ଼କରେ ବିରୋଧ ପ୍ରଦର୍ଶନ କରୁଥିବାର ଦେଖାଯାଇଛି । ଏହାସହିତ ଭିଡିଓରେରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁର କ୍ୟାପ୍ ମଧ୍ୟ ଦେଖିବାକୁ ମିଳିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଭିଡିଓ ଅପଲୋଡ କରାଯାଇଛି । ଭିହିଓର କ୍ୟାପ୍ସନରେ ଲେଖାଯାଇଛି ଯେ, କିଙ୍ଗ କୋହଲି ବାଂଲାଦେଶ ସଡ଼କରେ ଓହ୍ଲାଇ ଖୁବ ମସ୍ତି କରୁଛନ୍ତି । ରାସ୍ତାରେ ଅନେକ ଲୋକ ମସ୍ତି କରୁଥିବାର ଭିଡଇଓରେ ଦେଖାଯାଇଛି । କୁହାଯାଉଛି ଯେ, ଏହି ଲୋକମାନେ ଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସୀନାଙ୍କ ଇସ୍ତଫାକୁ ସେଲିବ୍ରେଟ କରୁଛନ୍ତି ।

ତେବେ ଏହି ଭିଡିଓର ଫ୍ୟାକ୍ଟ ଚେକରୁ ଜଣାଯାଇଛି ଯେ, ଲୋକଙ୍କ ଗହଳି ଭିତରେ ମସ୍ତି କରୁଥିବା ଏହି ବ୍ୟକ୍ତି ଜଣକ ବିରାଟ କୋହଲି ନୁହେଁ । ବରଂ କୋହଲିଙ୍କ ପରି ଦେଖା ଯାଉଥିବା ଜଣେ ଯୁବକ । ତେବେ ଏହି ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ । ସୋସିଆଲ ମିଡିଆରେ ଏହି ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଥିବା ବେଳେ ଅଧିକାଂଶ ୟୁଜର ଏହାକୁ ସେୟାର କରିଛନ୍ତି । ସେହିପରି ଅଢେଇ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି ।

Get real time updates directly on you device, subscribe now.