fbpx

ବାଂଲାଦେଶ: ଅନ୍ତରୀଣ ସରକାରଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ଶପଥ ନେଲେ ପ୍ରଫେସର ମହମ୍ମଦ ୟୁନୁସ୍

ନୂଆଦିଲ୍ଲୀ: ନୋବେଲ ବିଜେତା ମହମ୍ମଦ ୟୁନୁସ୍ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ଶପଥ ଗ୍ରହଣ କରିଛନ୍ତି । ୟୁନୁସ୍ ଆଜି ନିଜ ଦାୟିତ୍ୱ ନେବା ପାଇଁ ଦେଶରେ ପହଞ୍ଚିଛନ୍ତି । ଢାକାରେ ପହଞ୍ଚିବା ମାତ୍ରେ ସେ କହିଥିଲେ ଯେ ଦେଶରେ ଏବେ ବି ଅନେକ କାମ ବାକି ଅଛି । ବିବିସିସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ବାଂଲାଦେଶର ଲୋକମାନେ ଉତ୍ସାହିତ ଅଛନ୍ତି।

ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ, ସାମରିକ ନେତା ଓ ଛାତ୍ର ନେତାଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ପ୍ରଫେସର ୟୁନୁସଙ୍କୁ ମନୋନୀତ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେନା ନେତୃତ୍ବାଧୀନ ସରକାରକୁ ଗ୍ରହଣ କରିବେ ନାହିଁ ବୋଲି ବାଂଲାଦେଶୀ ଛାତ୍ରମାନେ କହିଛନ୍ତି । ତେବେ ପ୍ରଫେସର ୟୁନୁସଙ୍କ ନେତୃତ୍ୱକୁ ଛାତ୍ରଛାତ୍ରୀମାନେ ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.