fbpx

TRP ଦୌଡ଼ରୁ ଖସିଲା ‘ଖତରୋଂ କେ ଖିଲାଡ଼ି ୧୪’, ଶୋ’କୁ ନେଇ କମେଣ୍ଟ କଲେ Bigg bossର ପୂର୍ବତନ ପ୍ରତିଯୋଗୀ

ନୂଆଦିଲ୍ଲୀ: ବର୍ତ୍ତମାନ ରୋହିତ ଶେଟ୍ଟିଙ୍କ ରିୟାଲିଟି ଶୋ’ ‘ଖତରୋଂ କେ ଖିଲାଡ଼ି ୧୪’କୁ ନେଇ ଚର୍ଚ୍ଚା ଜାରି ରହିଛି । ଜୁଲାଇ ୨୭ରେ ଏହି ଶୋ’ର ପ୍ରିମିୟର ହୋଇଥିବା ବେଳେ ଏପର୍ଯ୍ୟନ୍ତ ୪ଟି ଏପିସୋଡ୍ ଅନ୍ ଏୟାର ହୋଇଛି । କିନ୍ତୁ ଏହି ୪ଟି ଏପିସୋଡରେ ସେତିକି ଦମ୍ ଦେଖିବାକୁ ମିଳିନଥିଲା । ଫଳରେ ଚଳିତ ସପ୍ତାହ ଏହି ଶୋ’ର TRPରେ ହ୍ରାସ ଦେଖିବାକୁ ମିଳିଛି । ଏକ ରିପୋର୍ଟ ଅନୁଯାୟୀ ଶୀର୍ଷ ୫ TRP ତାଲିକାରୁ ‘ଖତରୋଂ କେ ଖିଲାଡ଼ି ୧୪’ ବାହାର ହୋଇଯାଇଛି । ମାତ୍ର ୧.୭ ରେଟିଂ ସହ ଏହି ଶୋ’ ୬ଷ୍ଠ ନମ୍ବରରେ ରହିଛି । ଲୋକପ୍ରିୟ ସିରିଏଲ ଅନୁପମା, ଝନକ, ଉଡ଼ନେ କି ଆଶା, ୟେ ରିସ୍ତା କ୍ୟା କେହଲାତା ହୈ ଏବଂ ଗୁମ୍ ହୈ କିସିକେ ପ୍ୟାର ମୈ ଶୀର୍ଷ ୫ ଞଜଚ ରେସରେ ସାମିଲ ଅଛନ୍ତି ।

‘ଖତରୋଂ କେ ଖିଲାଡ଼ି ୧୪’ର TRP ହ୍ରାସ ହେବା ନେଇ ବିଗ୍ ବସ୍ ୧୫ର ପୂର୍ବତନ ପ୍ରତିଯୋଗୀ ରାଜୀବ ଅଦାତିୟା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି କମେଣ୍ଟ କରି ଲେଖିଛନ୍ତି, ‘ଖତରୋଂର ଓପେନିଂ TRP ଦେଖି ମୁଁ ଚକିତ । ଏହି ଶୋ’ର ସର୍ବନିମ୍ନ ୧.୭ ଓପେନିଂ ରହିଛି । ମୋତେ ମୋ ସିଜିନ୍ ମନେ ଅଛି…ଏହା ୨.୫ରେ ଓପେନ୍ ହୋଇଥିଲା । ଏହା ସେତେବେଳେ ସମ୍ଭବ ହୋଇଥାଏ ଯେବେ ଆପଣ ଷ୍ଟଣ୍ଟ ଉପରେ ଧ୍ୟାନ ଦେଇନଥାନ୍ତି ଏବଂ ଖତରୋଂଙ୍କୁ ବିଗ୍ ବସ୍ କରିଥାଏ । କେହି ବି ଲଢ଼େଇ ଦେଖିବାକୁ ଚାହାଁନ୍ତି ନାହିଁ, ସେମାନେ କେବଳ ଷ୍ଟଣ୍ଟ ଦେଖିବାକୁ ଚାହାଁନ୍ତି !’ ତେବେ କେବଳ ରାଜୀବ ନୁହେଁ ବରଂ ସୋସିଆଲ ମିଡିଆ ୟୁଜର୍ସ ରୋହିତ ଶେଟ୍ଟିଙ୍କ ଶୋ’ର ଆଲୋଚନା କରୁଛନ୍ତି ।

Get real time updates directly on you device, subscribe now.