fbpx

ବାପାଙ୍କୁ ମନେପକାଇ ଖୁବ ଜୋରରେ କାନ୍ଦିଲେ କ୍ୟାନ୍ସର ପୀଡିତ ହିନା, ବିକଳ ହୋଇ ଲେଖିଲେ ଏହି କଥା

ନୂଆଦିଲ୍ଲୀ: ସ୍ତନ କର୍କଟ ରୋଗ ସହ ଲଢୁଥିବା ହିନା ଖାନ ନିଜ ସ୍ୱର୍ଗତଃ ପିତାଙ୍କ ଜନ୍ମଦିନରେ ତାଙ୍କୁ ମନେପକାଇ ଭାବବିହ୍ୱଳ ହୋଇଛନ୍ତି। ଅଭିନେତ୍ରୀ ଇନଷ୍ଟାଗ୍ରାମ ଷ୍ଟୋରୀଜରେ ଏକ ହୃଦୟକୁ ଛୁଇଁଲା ଭଳି ଭିଡିଓ ସେୟାର କରିଛନ୍ତି। କାନ୍ଦୁଥିବା ମୁହଁ ଏବଂ ହୃହୟ ଭାଙ୍ଗିଯିବା ଇମୋଜୀ ସହ ହୀନା ଖାନ କ୍ୟାପସନରେ ଲେଖିଛନ୍ତି, ‘ପାପା ମୁଁ ସବୁ ପରିସ୍ଥିତିକୁ ସମ୍ଭାଳିପାରିବି, ହେଲେ ଯେତେବେଳେ ତୁମେ ମନେପଡୁଛ, ସେତେବେଳେ ମୁଁ ନିଜକୁ ସମ୍ଭାଳିପାରୁନି। ୮ ଅଗଷ୍ଟ, ହାପି ବାର୍ଥଡେ.. ମାତ୍ର ଗୋଟିଏ ହଗ୍‌, ମାତ୍ର ଗୋଟିଏ ହଗ୍‌..’। ପ୍ୟାନ୍ସ ମଧ୍ୟ ଅଭିନେତ୍ରୀଙ୍କ ଏହି ପୋଷ୍ଟକୁ ଦେଖି ଖୁବ ଭାବବିହ୍ୱଳ ହୋଇଛନ୍ତି।

୨୦ ଏପ୍ରିଲ ୨୦୨୧ରେ ନିଜ ବାପାଙ୍କୁ ସବୁଦିନ ପାଇଁ ହରାଇଛନ୍ତି। ତାଙ୍କ ବାପାଙ୍କୁ ହାର୍ଟଆଟାକ ଅସିଥିଲା। ସେହି ସମୟରେ ହିନା ନିଜ କାମରେ ଜାମ୍ମୁକାଶ୍ମୀରରେ ଥିଲେ। ଯେପରି ତାଙ୍କ ବାପାଙ୍କ ମୃତ୍ୟୁଖବର ଶୁଣିଲେ ସେ ସଙ୍ଗେ ସଙ୍ଗେ ମୁମ୍ବାଇ ଆସିଥିଲେ। ଏନେଇ ସେ ବହୁତ ଭାଙ୍ଗି ପଡିଥିଲେ, ଏବଂ ଅନେକ ଦିନ ଥରି ମାନସିକ ଚିନ୍ତାରେ ଥିଲେ। ହେଲେ ସେ ନିଜେ ନିଜକୁ ସମ୍ଭାଳିଥିଲେ।

Get real time updates directly on you device, subscribe now.