fbpx

କେମିତି Pregnant ହୋଇଗଲେ କାର୍? ଚୀନରେ ଅଜବ ଘଟଣା ଦେଖି ଆଶ୍ଚର୍ଯ୍ୟ ସାରା ବିଶ୍ୱ

ନୂଆଦିଲ୍ଲୀ: ବର୍ତ୍ତମାନ ଗ୍ରାହକଙ୍କୁ ପସନ୍ଦକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନୀ ନୂଆ ନୂଆ ଡିଜାଇନର ଗାଡ଼ି ନିର୍ମାଣ କରୁଛନ୍ତି । ଅନେକ ଡିଜାଇନ୍ ଲୋକଙ୍କ ବେଶ୍ ପସନ୍ଦ ହୋଇଥାଏ । ବିଶେଷ କରି କାର୍ କିଣିବା ବେଳେ ଏହାର ଡିଜାଇନ୍ ଉପରେ ବେଶୀ ଫୋକସ୍ କରନ୍ତି ଗ୍ରାହକ । କିନ୍ତୁ ଚୀନରେ ବର୍ତ୍ତମାନ କିଛି ନୂଆ ଡିଜାଇନର କାର ଦେଖିବାକୁ ମିଳୁଛି । ଏହାକୁ ଲୋକେ ପ୍ରେଗନେଣ୍ଟ କାର୍ ବା ଗର୍ଭବତୀ କାର୍ ବୋଲି ମଧ୍ୟ କହୁଛନ୍ତି । ଏସବୁ କାର୍ ଫଟୋ ଏବଂ ଭିଡିଓ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହା କେମିତି ସମ୍ଭବ? ଏହି ଗର୍ଭବତୀ ଗାଡ଼ିକୁ ନେଇ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି ।

ଭାରତର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଛି । କିନ୍ତୁ ପଡ଼ୋଶୀ ଦେଶ ଚୀନରେ ଅସହ୍ୟ ଗରମ ଅନୁଭୂତ ହେଉଛି । ଗତ ୮୦ ଦିନରୁ ଏଠାରେ ଲଗାତାର ହିଟୱେଭ ଜାରି ରହିଛି । ଫଳରେ ୨୬୦ରୁ ଅଧିକ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି । କିନ୍ତୁ ୟା ଭିତରେ ଗାଡ଼ିର ଆକାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଚୀନର ବିଭିନ୍ନ ସ୍ଥାନରେ କାର୍ ଗୁଡ଼ିକର ପେଟ ବାହାରିଥିବା ଦେଖାଯାଉଛି । ତେଣୁ ଏଗୁଡ଼ିକୁ ଲୋକେ ଗର୍ଭବତୀ କାର୍ ବୋଲି ମଧ୍ୟ କହୁଛନ୍ତି । ତେବେ ପ୍ରକୃତରେ ଏହା ହେଉଛିକାର୍ ଉପରି ଭାଗରେ ଲାଗିଥିବା ପ୍ରୋଟେକ୍ଟିଭ ପେଣ୍ଟ୍ ଫିଲ୍ମ । ଅତ୍ୟଧିକ ଗରମ ହେତୁ ଧାତୁକୁ ଛାଡ଼ି ଏହା ଫୁଲିବାରେ ଲାଗିଛି ।

କାର୍ ବନେଟ, ସାଇଡ ଏବଂ ପଛ ଡିକି ଉପରେ ମଧ୍ୟ ବେଲୁନ୍ ଭଳି ଆକୃତିର ଦେଖିବାକୁ ମିଳିଛି । ଏହି ଦୃଶ୍ୟକୁ ଦେଖି ସାରା ବିଶ୍ୱରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କାରଗୁଡ଼ିକରେ ଲାଗିଥିବା ପ୍ରୋଟେକ୍ଟିଭ ଫିଲ୍ମର ତାପମାତ୍ରା ସହ୍ୟ କରିବାର ଏକ ସୀମିତ କ୍ଷମତା ରହିଛି । ଯଦି ତାପମାତ୍ରା ଏହି ସୀମାରୁ ଅଧିକ ହୁଏ, ତେବେ ଏହା ଧାତୁ ଉପରକୁ ଫୁଲିବା ଆରମ୍ଭ କରେ । ବର୍ତ୍ତମାନ ସୋସିଆଳ ମିଡିଆ ପ୍ଲାଟଫର୍ମ ଟ୍ୱିଟର ବା ଏକ୍ସରେ ଏଭଳି ଅନେକ କାର୍ ଫଟୋ-ଭିଡିଓ ଭାଇରାଲ ହେବାରେ ଲାଗିଛି । ଅତ୍ୟଧିକ ଗରମ ଯୋଗୁଁ ପ୍ରୋଟେକ୍ଟିଭ ଫିଲ୍ମ ଫୁଲିଯିବାରୁ ଏହାକୁ ଲୋକେ ପ୍ରେଗନେଣ୍ଟ କାର୍ ବୋଲି କହୁଛନ୍ତି ।

 

 

Get real time updates directly on you device, subscribe now.