fbpx

PGT Group-B ଲିଖିତ ପରୀକ୍ଷା ତାରିଖ ଘୋଷଣା କଲା OPSC: ୩ ପୃଥକ୍ ତାରିଖରେ ହେବ ୩ ପେପରର ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୋଷ୍ଟ ଗ୍ରାଜୁଏଟ ଟିଚର୍ସ (ଗ୍ରୁପ-ବି) ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ସେପ୍ଟେମ୍ବର ୧୫, ୨୯ ଓ ଅକ୍ଟୋବର ୬ ଏହି ତିନୋଟି ତାରିଖରେ ୩ ପେପରର ପରୀକ୍ଷା ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ୩ଟି ସେସନରେ ୩ଟି ପେପରର ପରୀକ୍ଷା ହେବ । ସେପ୍ଟେମ୍ବର ୧୫ରେ ପେପର-୧ (କମ୍ପଲସରି ପେପର) ପରୀକ୍ଷା, ସେପ୍ଟେମ୍ବର ୨୯ରେ ପେପର-୨ (ଇଂରାଜୀ, ହିନ୍ଦି ଓ ସାମାଜିକ ବିଜ୍ଞାନ) ପରୀକ୍ଷା, ଅକ୍ଟୋବର ୬ରେ ପେପର-୩ (ଇଂରାଜୀ, ହିନ୍ଦି ଓ ସାମାଜିକ ବିଜ୍ଞାନ) ପରୀକ୍ଷା ଅନୁଷ୍ଠିତ ହେବ ।

ସକାଳ ୯-୧୧ ପର୍ଯ୍ୟନ୍ତ ପ୍ରଥମ ସେସନ ପରୀକ୍ଷା, ୧୨-୨ ପର୍ଯ୍ୟନ୍ତ ଦ୍ୱିତୀୟ ସେସନ ପରୀକ୍ଷା, ୩.୩୦-୫.୩୦ ପର୍ଯ୍ୟନ୍ତ ତୃତୀୟ ସେସନ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାର ସମ୍ପୂର୍ଣ୍ଣା ବିବରଣୀ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ୱେବସାଇଟରେ ଜାରି କରାଯାଇଛି । ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱର ଆଦି ୫ଟି ପରୀକ୍ଷା କେନ୍ଦ୍ରରେ ଏହି ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ନିୟମିତ ଭାବେ ୱେବସାଇଟ୍ ପରିଦର୍ଶନ କରିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.