fbpx

ଗାଜାରେ ସ୍କୁଲ ଉପରେ ଇସ୍ରାଏଲର ଆକ୍ରମଣ; ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ଗାଜାରେ ସ୍କୁଲ ଉପରେ ଇସ୍ରାଏଲ ଆକ୍ରମଣ, ୧୦୦ରୁ ଅଧିକ ମୃତ। ହାମାସର ବେସାମରିକ ପ୍ରତିରକ୍ଷା ଏଜେନ୍ସି କହିଛି ଯେ ଗାଜାର ଏକ ସ୍କୁଲ ଉପରେ ଇସ୍ରାଏଲ ର ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଇସ୍ରାଏଲ ସେନା କହିଛି ଯେ ସେମାନେ ସ୍କୁଲରେ ଥିବା ହାମାସ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟରକୁ ଟାର୍ଗେଟ କରିଛନ୍ତି । ଗାଜାର ବେସାମରିକ ପ୍ରତିରକ୍ଷା ଏଜେନ୍ସି କହିଛି ଯେ ଦାରାଜ ଜିଲ୍ଲାରେ ହୋଇଥିବା ଏହି ଆକ୍ରମଣରେ ଅତି କମରେ ୯୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି ।

ବେସାମରିକ ପ୍ରତିରକ୍ଷା ଏଜେନ୍ସିର ମୁଖପାତ୍ର ମହମ୍ମଦ ବେସାଲ ଏଏଫପି ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ମୃତକଙ୍କ ସଂଖ୍ୟା ୯୦ରୁ ୧୦୦ ମଧ୍ୟରେ ହୋଇପାରେ ଏବଂ ଅନେକ ଲୋକ ଆହତ ହୋଇଛନ୍ତି । ବିସ୍ଥାପିତ ପାଲେଷ୍ଟାଇନ୍ ଲୋକଙ୍କୁ ରଖାଯାଇଥିବା ସ୍କୁଲଉପରେ ଇସ୍ରାଏଲର ତିନି ଜଣ ରୋକେଜ୍ ଆକ୍ରମଣ କରିଥିଲେ । ପୂର୍ବରୁ ଟେଲିଗ୍ରାମରେ ଜଣେ ବେସାମରିକ ପ୍ରତିରକ୍ଷା ମୁଖପାତ୍ର ଏହାକୁ ଗଣହତ୍ୟା ବୋଲି କହିଥିଲେ । ଇସ୍ରାଏଲ ସେନା କହିଛି ଯେ ଅଲ-ତବାୟିନ ସ୍କୁଲରେ ଥିବା ହାମାସ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଭିତରେ କାର୍ଯ୍ୟରତ ହମାସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରାଯାଇଥିଲା ।

Get real time updates directly on you device, subscribe now.