fbpx

କେନ୍ଦ୍ର କ୍ୟାବିନେଟରେ ରାଜ୍ୟ ପାଇଁ ୬ଟି ରେଳ ପ୍ରକଳ୍ପ ପାରିତ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଓଡ଼ିଶାର ବିକାଶ ତଥା ଆର୍ଥିକ ଉନ୍ନତି ପାଇଁ ବଡ଼ ଉପହାର ଦେଇଛି କେନ୍ଦ୍ର । କେନ୍ଦ୍ର କ୍ୟାବିନେଟରେ ଓଡ଼ିଶା ପାଇଁ ୬ଟି ରେଳ ପ୍ରକଳ୍ପ ପାରିତ ହୋଇଛି । ଓଡ଼ିଶାର ରେଳ ଇତିହାସରେ ପ୍ରଥମ ଥର ପାଇଁ ୧୫ ହଜାର ୪ କୋଟି ଟଙ୍କା ବ୍ୟୟରେ ୬ଟି ନୂତନ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ମଞ୍ଜୁର କରାଯାଇଛି । ଏହି ପରିପ୍ରେକ୍ଷୀରେ ରେଳମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଲୋଚନା କରିଥିଲେ । ପ୍ରକଳ୍ପ ଗୁଡ଼ିକ ନିର୍ଦ୍ଧାରିତ ସମୟରେ ଶେଷ ହେବା ପାଇଁ ପ୍ରତିଶ୍ରୁତି ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ପୂର୍ବୋଦୟ ବିକାଶ ଦିଗରେ ଓଡ଼ିଶାକୁ ପ୍ରାଥମିକତା ରେଳ ମନ୍ତ୍ରାଳୟରେ ପ୍ରତିଫଳିତ ହୋଇ ବାସ୍ତବତା ରୂପ ନେଇଛି। ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର କରିଡ଼ର ବିକାଶ ପାଇଁ ୬ଟି ନୂଆ ଲାଇନ୍ ରେ ମୋଟ ୫୯୧ କିମି ବିଛାଯିବ। ଏଥି ନିମନ୍ତେ ୧୫ହଜାର କୋଟି ଅନୁମୋଦିତ ହୋଇଛି।୨୦୩୦ ସୁଦ୍ଧା ସବୁ ପ୍ରକଳ୍ପ ଶେଷ ପାଇଁ ଲକ୍ଷ ରହିଛି।ଭିଡ଼ିଓ କନ୍ଫେସିଂ ଜରିଆରେ ଦିଲ୍ଲୀରେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ସହ ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର କଳାହାଣ୍ଡି ଓ ନବରଙ୍ଗପୁର ସାଂସଦ ଉପସ୍ଥିତ ରହିଥିଲେ। ଏହି ଅବସରରେ ରାୟଗଡାର ସ୍ଵତନ୍ତ୍ର ଡିଭିଜନ ନିମନ୍ତେ ଦାବି ଜଣାଇଥିଲେ । ଏହା ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ସୁଦୃଢ କରିବ । ବିଶେଷ କରି କଳାହାଣ୍ଡି, ନବରଙ୍ଗପୁର, ମାଲକାନିଗରି, ରାୟଗଡା, କରୋପୁଟ କେନ୍ଦୁଝର ଏବଂ ମୟୂରଭଞ୍ଜର ଆର୍ଥିକ କ୍ଷେତ୍ରରେ ବିକାଶରେ ଏହା ଅତ୍ୟନ୍ତ ସହାୟକ ହେବ । ଲୋକେମାନେ ଏଥିରେ ଉପକୃତ ହେବେ ।

Get real time updates directly on you device, subscribe now.