fbpx

‘ମ୍ୟାଡମ ଆମକୁ ଖରାପ ଲାଗେ ଆପଣ ଏମିତି କପଡା ପିନ୍ଧିଲେ’- ଟିଭିର ସଂସ୍କାରୀ ବହୂର ବୋଲ୍ଡ ଅନ୍ଦାଜ, ଦେଖନ୍ତୁ…

ଓଡିଶା ଭାସ୍କର : ଟିନା ଦତ୍ତା! ଘରେ ଘରେ ପରିଚିତ । ମାତ୍ର ପାଞ୍ଚ ବର୍ଷ ବୟସରେ ସେ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଟେଲିଭିଜନ ସିରିୟଲ ‘ଉତରନ’ ପାଇଁ ସେ ଆଜି ଘରେ ଘରେ ବେଶ୍ ଲୋକପ୍ରିୟ ମଧ୍ୟ । ଏହି ଶୋ’ରେ ତାଙ୍କର ଭୂମିକା ପାଇଁ ଲୋକେ ତାହାଙ୍କୁ ସଂସ୍କାରୀ ବୋହୂ କହି ଥାଆନ୍ତି । ଏମିତି ଜଣେ ସଂସ୍କାରୀ ବୋହୂଙ୍କୁ ବୋଲ୍ଡ ଅନ୍ଦାଜରେ ଦେଖିବାକୁ ମିଳେ, ଯାହାଙ୍କ ନାଁ ଟିନା ଦତ୍ତା ।

କହିରଖୁ, ଅଭିନେତ୍ରୀ ଟିନା ଦତ୍ତା ନିଜର ଗ୍ଲାମରିୟସ ଫଟୋ ସେୟାର କରି ସୋସିଆଲ ମିଡିଆରେ ଏବେ ଝଡ ସୃଷ୍ଟି କରିଛନ୍ତି । ଫ୍ୟାନ୍ସ ତାଙ୍କର ଏହି ବୋଲ୍ଡ ଫଟୋ ଦେଖି ଖୁସି ହେଉଛନ୍ତି । ମାତ୍ର କେହି କେହି ତାଙ୍କୁ ଟ୍ରୋଲ କରିବାକୁ ପଛାଉ ନାହାନ୍ତି । ଜଣେ ୟୁଜର୍ସ ତାଙ୍କୁ କହିଛନ୍ତି, ‘ମ୍ୟାଡମ ଆମକୁ ଖରାପ ଲାଗୁଛି ଆପଣଙ୍କ ଏମିତି ଫଟୋ ଦେଖି’ ।
ଟିନାଙ୍କୁ ଶେଷ ସମୟରେ ଟେଲିଭିଜନ ଶୋ’ ‘ଡାୟନ’ ରେ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ତାଙ୍କର ଶାନଦାର ଫ୍ୟାନ୍ସ ଫଲୋଅର୍ସ ରହିଛନ୍ତି । ପ୍ରାୟ ୪.୭ ମିଲିୟନ ଲୋକେ ତାଙ୍କୁ ପସନ୍ଦ କରନ୍ତି । ସେହିଭଳି ବଲିଉଡରେ ଟିନା ଦତ୍ତା ‘ପରିଣିତା’ ସିନେମା ମାଧ୍ୟମରେ ପଦାର୍ପଣ କରିଥିଲେ । ତାଙ୍କୁ ଏହି ସିନେମାରେ ଯୁବ ଲଳିତା ଭୂମିକାରେ ଦେଖିବାକୁ ମିଳିଥିଲା । ଏହାବାଦ ଟିନା ବଙ୍ଗାଳୀ ସିନେମା ‘ପିତା ମାତା ସନ୍ତାନ’ ସିନେମାରେ ନଜର ଆସି ସାରିଛନ୍ତି ।

Get real time updates directly on you device, subscribe now.