fbpx

ଭିନେଶ କାହିଁକି କମ କରି ପାରି ନ ଥିଲେ ୧୦୦ ଗ୍ରାମ ଓଜନ, ଜିତିବା ପାଇଁ ଅମନ ସହରାୱତ ୧୦ ଘଣ୍ଟାରେ କମ୍ କରିଦେଇଥିଲେ ୪.୬ କିଲୋଗ୍ରାମ…

ଓଡିଶା ଭାସ୍କର: ଭାରତୀୟ କୁସ୍ତିଯୋଦ୍ଧା ଅମନ ସହରାୱତ ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ଜିତି ଚମକିଛନ୍ତି । ଅମନଙ୍କୁ ଏତେ ସହଜରେ ଏହି ପଦକ ମିଳି ନ ଥିଲା । ସେ ବି ଭିନେଶଙ୍କ ଭଳି ଅଯୋଗ୍ୟ ଘୋଷିତ ହେବା ପ୍ରାୟ ଥୟ ଥିଲା । ମାତ୍ର ନିଜେ ନିଜର କଠିନ ପରିଶ୍ରମରେ ସେ ଏହାକୁ ବଦଳାଇ ଦେଲେ । ନିୟନିର ନିୟମକୁ ବି ସେ ପାର କରିଗଲେ ।

କହିବାକୁ ଗଲେ, ଏହି କୁସ୍ତିଯୋଦ୍ଧା ବାସ୍ତବରେ ବି ଜଣେ ଯୋଦ୍ଧା ହିଁ ଅଟନ୍ତି । ମାତ୍ର ୧୦ ଘଣ୍ଟା ଭିତରେ ସେ ୪.୬ କିଲୋଗ୍ରାମ ଓଜନ କମ୍ କରି ପାରିଥିଲେ । ତାଙ୍କର ଓଜନ ମଧ୍ୟ ଭିନେଶଙ୍କ ଭଳି ବଢିଥିଲା । ତାହା ପୁଣି କେଇ ଗ୍ରାମ ନୁହେଁ, ବରଂ ପ୍ରାୟ ୪.୬ କିଲୋଗ୍ରାମ । ମାତ୍ର ପ୍ରଶ୍ନ ଉଠେ ଯେ, ଭିନେଶ କାହିଁକି ଏହା କରି ପାରିଲେ ନାହିଁ । ତାଙ୍କର ତ ମାତ୍ର ୧୦୦ ଗ୍ରାମ ଓଜନ ବଢିଥିଲା ।

ରେସଲିଂ କୋଚ ବିରେନ୍ଦ୍ର ଦାହିଆ କହିଛନ୍ତି ଯେ, ଯେତେବେଳେ ସନ୍ଧ୍ୟାରେ ଅମନଙ୍କ କୁସ୍ତି ପ୍ରତିଯୋଗିତା ସରିଥିଲା, ସେହି ସମୟରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କର ୪.୬ କିଲୋଗ୍ରାମ ଓଜନ ବଢିଛି । ଫଳରେ ରାତି ୧୨ ଟା ସମୟରେ ସେ ଜିମ କରିଥିଲେ ଓ ଟ୍ରେଡ ମିଲ ସହ ସୋନାବାଥ ନେଇଥିଲେ । ଏହାପରେ ବି ସହରାୱତଙ୍କ ଓଜନ ୯୦୦ ଗ୍ରାମ ଅଧିକ ହେଉଥିଲା । ପୁଣିଥରେ ଟ୍ରେନିଂ କରି ଏହି କୁସ୍ତିଯୋଦ୍ଧା ଯୁଦ୍ଧ ଜିତି କାଂସ୍ୟ ବିଜୟୀ ହୋଇଥିଲେ ।

ମାତ୍ର ଭିନେଶଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇ ପାରି ନଥିଲା । ସେ ବି ସାରା ରାତିରେ କଠିନ ପରିଶ୍ରମ କରିଥିଲେ ଓଜନ କମାଇବା ପାଇଁ । କିନ୍ତୁ ଭିନେଶ ହାରି ଯାଇଥିଲେ ନିୟତିର ନିୟମ ଆଗରେ । ତଥାପି ସେ ଜିତିଥିଲେ କୋଟି କୋଟି ଭାରତୀୟଙ୍କ ମନରେ । ଭିନେଶ ନିଜର କେଶ ମଧ୍ୟ କାଟିଥିଲେ କୁସ୍ତି ପାଇଁ । ତଥାପି ସମ୍ଭବ ହୋଇ ନଥିଲା ତାଙ୍କର ସମସ୍ତ ପ୍ରୟାସ ।

Get real time updates directly on you device, subscribe now.