fbpx

କେବଳ ଭାରତ ନୁହେଁ, ‘August 15’ରେ ଏହିସବୁ ଦେଶରେ ପାଳନ ହୁଏ ସ୍ୱାଧୀନତା ଦିବସ

ଓଡ଼ିଶା ଭାସ୍କର: ଆଗକୁ ଆସୁଛି ଅଗଷ୍ଟ ୧୫ ତାରିଖ । ଏହି ଦିନ ଭାରତ ପାଳନ କରିବ ଦେଶର ୭୮ତମ ସ୍ୱାଧୀନତା ଦିବସ । ଦେଶକୁ ଇଂରେଜ କବଳରୁ ରକ୍ଷା କରିବା ପାଇଁ ପ୍ରାଣାହୂତି ଦେଇଥିବା ବୀର ମହାପୁରୁଷମାନଙ୍କୁ ମନେ ପକାଇ ଗର୍ବରେ କହିବେ ଆମେ ଭାରତୀୟ । ଭାରତର ସ୍ୱାଧୀନତା ଦିବସ ହେଉଛି ସେହି ଦିବସ ଯେଉଁଦିନ ଭାରତ ଇଂରେଜ ଶାସନରୁ ମୁକ୍ତ ହୋଇଥିଲା ଏବଂ ଏହା ସେହି ଗୌରବମୟ ଇତିହାସକୁ ମନେ ପକାଇବାର ଦିବସ ଯାହାପାଇଁ ଦେଶର ସ୍ୱାଧୀନତା ସଂଗ୍ରାମୀମାନେ ଦେଇଥିଲେ ଅନେକ ବଳିଦାନ ।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଦିଲ୍ଲୀ ଲାଲକିଲ୍ଲାଠାରେ ୧୫ ଅଗଷ୍ଟ ୧୯୪୭ ଦିନ ପତାକା ଉତ୍ତୋଳନ କରିଥିଲେ । ଏହାପର ଠାରୁ ଏକ ପ୍ରଥା ଭାବରେ ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାଠାରେ ପତାକା ଉତ୍ତୋଳନ କରିଥାନ୍ତି ଏବଂ ଦେଶବାସୀଙ୍କୁ ସମ୍ବୋଧନ କରିଥାନ୍ତି । ତେବେ କେବଳ ଭାରତରେ ନୁହେଁ, ଆହୁରି କିଛି ଦେଶରେ ମଧ୍ୟ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳନ ହୋଇଥାଏ । ଆସନ୍ତୁ ଜାଣିବା ଏହିସବୁ ଦେଶ ବିଷୟରେ ।

  • ଦକ୍ଷିଣ କୋରିଆ: ଭାରତ ବ୍ୟତୀତ ଦକ୍ଷିଣ କୋରିଆ ମଧ୍ୟ ଅଗଷ୍ଟ ୧୫ ତାରିଖରେ ନିଜର ସ୍ୱାଧୀନତା ଦିବସ ପାଳନ କରିଥାଏ । ଏହି ଦିନ ଗ୍ୱାଙ୍ଗବୋକଜିଓଲ ବା ରିଷ୍ଟୋରେସନ୍ ଅଫ୍ ଲାଇଟ୍ ଡେ’ ସେଲିବ୍ରେସନ୍ କରିଥାଏ ଦକ୍ଷିଣ କୋରିଆ । ୧୯୪୫ ମସିହା ଅଗଷ୍ଟ ୧୫ ତାରିଖରେ ଜାପାନୀ ଶାସନର ଅନ୍ତ ଘଟିଥିଲା, ତେଣୁ ଏହାକୁ ମନେ ପକାଇ ଅଗଷ୍ଟ ୧୫ ତାରିଖରେ ଦକ୍ଷିଣ କୋରିଆ ସ୍ୱାଧୀନତା ଦିବସ ପାଳନ କରିଥାଏ ।
  • ଉତ୍ତର କୋରିଆ: ସେହିପରି ଉତ୍ତର କୋରିଆ ମଧ୍ୟ ଏହିଦିନକୁ ସ୍ୱାଦୀନତା ଦିବସ ଭାବରେ ପାଳନ କରିଥାଏ । ଅଗଷ୍ଟ ୧୫ ତାରିଖରେ ଉତ୍ତର କୋରିଆରେ ଲିବରେସନ୍ ଡେ’(ଗ୍ୱାଙ୍ଗବୋକଜିଓଲ)କୁ ପାଳନ କରାଯାଏ । ଦକ୍ଷିଣ କୋରିଆ ଭଳି ଉତ୍ତର କୋରିଆରେ ମଧ୍ୟ ଜାପାନୀ ଶାସନର ଅନ୍ତକୁ ମନେ ପକାଇ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳନ ହୋଇଥାଏ ।
  • ବାହରେନ୍: ବାହରେନ୍ ଏହାର ଜାତୀୟତା ଦିବସ ଡିସେମ୍ବର ୧୬ ତାରିଖରେ ପାଳନ କରିଥାଏ । କିନ୍ତୁ ୧୯୭୧ ମସିହା ଅଗଷ୍ଟ ୧୫ ତାରିଖରେ ହିଁ ବ୍ରିଟିଶ ଶାସନରୁ ଏହି ଦେଶ ମୁକ୍ତି ପାଇଥିଲା । ତେଣୁ ଅଗଷ୍ଟ ୧୫ ତାରିଖକୁ ସ୍ୱାଧୀନତା ଦିବସ ପାଳନ କରୁଛି ବାହରେନ୍ ।
  • ରିପବ୍ଲିକ ଅଫ୍ ଦ କଙ୍ଗୋ: ରିପବ୍ଲିକ ଅଫ୍ ଦ କଙ୍ଗୋ ଉପରେ ଦୀର୍ଘ ଦିନ ଧରି ଫ୍ରାନ୍ସର ରାଜୁତି ଜାରି ରହିଥିଲା । କିନ୍ତୁ ୧୯୬୦ ମସିହା ଅଗଷ୍ଟ ୧୫ ତାରିଖରେ ଏହାର ଯବନିକା ଟଣା ଯାଇଥିଲା । ଏହି ଦିନ ଫ୍ରାନ୍ସ ଶାସନରୁ ମୁକ୍ତ ହୋଇଥିଲା ରିପବ୍ଲିକ ଅଫ୍ ଦ କଙ୍ଗୋ । ତେଣୁ ଏହି ଦେଶ ମଧ୍ୟ ଅଗଷ୍ଟ ୧୫ ତାରିଖକୁ ନିଜ ସ୍ୱାଧୀନତା ଦିବସ ଭାବରେ ଘୋଷଣା କରିଛି ।
  • ଲେଚେନଷ୍ଟେନ୍: ଅଗଷ୍ଟ ୧୫ ତାରିଖରେ ଲେଚେନଷ୍ଟେନ୍ ମଧ୍ୟ ନିଜର ସ୍ୱାଧୀନତା ଦିବସ ପାଳନ କରେ । ଏହି ଦିନ ସାରା ଦେଶରେ ଛୁଟି ଘୋଷଣା ହୋଇଥାଏ । ଏହାବ୍ୟତୀତ କ୍ୟାଥଲିକ ଚର୍ଚ୍ଚରେ ଅନୁମାନର ପର୍ବ ମଧ୍ୟ ପାଳନ କରାଯାଏ ।

Get real time updates directly on you device, subscribe now.