fbpx

UPSC-2024 ମୁଖ୍ୟ ପରୀକ୍ଷାର ଶିଡ୍ୟୁଲ ଜାରି ହେଲା: ସେପ୍ଟେମ୍ବର ୨୦ରୁ ଆରମ୍ଭ ପରୀକ୍ଷା

ନୂଆଦିଲ୍ଲୀ: ସଙ୍ଘୀୟ ଲୋକସେବା ଆୟୋଗ (ୟୁପିଏସସି) ମୁଖ୍ୟ ପରୀକ୍ଷାର ଶିଡ୍ୟୁଲ ଜାରି କରାଯାଇଛି । ସେପ୍ଟେମ୍ବର ୨୦ରୁ ୨୯ ତାରିଖ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଯେଉଁ ପ୍ରାର୍ଥୀମାନେ ୟୁପିଏସସି ୨୦୨୪ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ ସେମାନେ ଏବେ ମୁଖ୍ୟ ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ସୁଯୋଗ ପାଇବେ । ସିଭିଲ ସର୍ଭିସ ପରୀକ୍ଷା (ସିଏସଇ)ର ମୁଖ୍ୟ ପରୀକ୍ଷାର ଟାଇବେବୁଲ ପ୍ରାର୍ଥୀମାନେ ଚେକ୍ କରିପାରିବେ । ପରୀକ୍ଷା ଦୁଇଟି ଶିଫ୍ଟରେ ଅନୁଷ୍ଠିତ ହେବ ।

ୟୁପିଏସସି ମୁଖ୍ୟ ପରୀକ୍ଷା ସେପ୍ଟେମ୍ବର ମାସ ୨୦, ୨୧, ୨୨, ୨୮ ଓ ୨୯ ତାରିଖରେ ଆୟୋଜିତ ହେବ । ପ୍ରଥମ ଶିଫ୍ଟ ପରୀକ୍ଷା ସକାଳ ୯-୧୨ ପର୍ଯ୍ୟନ୍ତ ଓ ଦ୍ୱିତୀୟ ଶିଫ୍ଟ ପରୀକ୍ଷା ଦ୍ୱିପ୍ରହର ୨.୩୦ରୁ ୫.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ୨୦ରେ ନିବନ୍ଧ, ୨୧ରେ ସାମାନ୍ୟ ଅଧ୍ୟୟନ ପେପର ୧ ଓ ୨, ୨୨ରେ ସାମାନ୍ୟ ଅଧ୍ୟୟନ ପେପର ୩ ଓ ୪, ୨୮ରେ ଭାରତୀୟ ଭାଷା, ଇଂରାଜୀ ପେପର, ୨୯ରେ ବୈକଳ୍ପିକ ପେପର ୧ ଓ ୨ର ପରୀକ୍ଷା ହେବ ।

ଏ ବାବଦରେ ଅଧିକ ଜାଣିବା ପାଇଁ ପ୍ରାର୍ଥୀମାନେ ୟୁପିଏସସିର ଅଫିସିଆଲ ୱେବସାଇଟକୁ ପରିଦର୍ଶନ କରିପାରିବେ । ଲିଖିତ ପରୀକ୍ଷା ପରେ ସାକ୍ଷାତକାର ଆୟୋଜନ କରାଯିବ । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ସିଭିଲ ସର୍ଭିସରେ ମୋଟ ୧୦୫୬ଟି ପଦ ଖାଲି ଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯୋଗ୍ୟ ପ୍ରାର୍ଥୀଙ୍କୁ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ସର୍ବଭାରତୀୟ ପୋଲିସ ସେବା (ଆପିଏସ), ସର୍ବଭାରତୀୟ ବିଦେଶ ସେବା (ଆଇଏଫଏସ) ସାମିଲ ରହିଛି ।

Get real time updates directly on you device, subscribe now.