fbpx

ଫଟୋଗ୍ରାଫର ପ୍ରଦୀପ ବାନ୍ଦେକରଙ୍କ ପରଲୋକ, ଶୋକ ପ୍ରକାଶ କଲେ ଅଜୟ ଦେବଗନ ଏବଂ ବିପାସା ବସୁ

ନୂଆଦିଲ୍ଲୀ: ବରିଷ୍ଠ ପ୍ରେସ ଫଟୋଗ୍ରାଫର ପ୍ରଦୀପ ବାନ୍ଦେକରଙ୍କର ପରଲୋକ ଘଟିଛି। ୭୦ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି। ଯେଉଁଥିରେ ସାରା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ଏଏନଆଇର ରିପୋର୍ଟ ମୁତାବକ, ପ୍ରଦୀପଙ୍କ ପୁଅ ପ୍ରଥମେର ଏହି ଖବରକୁ ସ୍ପଷ୍ଟ କରିଛନ୍ତି ଯେ, ୧୧ ଅଗଷ୍ଟରେ ପ୍ରଦୀପ ବାନ୍ଦେକର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପ୍ରଦୀପଙ୍କ ପରଲୋକର ଖବର ସାମ୍ନାକୁ ଆସିବାପରେ ସାରା ବଲିଉଡ ତାରକାମାନେ ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ବଲିଉଡ ଅଭିନେତା ଅଜୟ ଦେବଗନ ନିଜ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ‘ପ୍ରଦୀପ ବାନ୍ଦେକରଙ୍କ ପରଲୋକ ଏକ ବ୍ୟକ୍ତିଗତ କ୍ଷତି। ଆମ ପରିବାର ସହ ତାଙ୍କର ବହୁ ପୁରୁଣା ସଂପର୍କ ରହିଛି, ସେ ବହୁତ ମନେପଡିବେ। ଓମ୍ ଶାନ୍ତି।’ ସେହିପରି ବିପାସା ବସୁ ନିଜ ଇନଷ୍ଟା ଷ୍ଟୋରୀରେ ପ୍ରଦୀପଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ଆରଆଇପି ପ୍ରଦୀପଙ୍କ ପରିବାରକୁ ଶାନ୍ତି ମିଳୁ।

ଏହା ବ୍ୟତୀତ ନୀଲ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଯେ, ପ୍ରଦୀପ ଆପଣ ବହୁତ ମନେପଡିବେ। ଶାନ୍ତିରେ ବିଶ୍ରାମ ନିଅନ୍ତୁ। ଆମ ଜୀବନର କିଛି ସୁନ୍ଦର ମୁହୂର୍ତ୍ତକୁ କଏଦ କରିଥିବାରୁ ଧନ୍ୟବାଦ।

ପ୍ରଦୀପ ବାନ୍ଦେକର ଏକ ଲୋକପ୍ରିୟ ଫଟୋଗ୍ରାଫର ଯିଏ ବଲିଉଡ ସେଲିବ୍ରିଟୀଙ୍କ ଫଟୋ କ୍ଲିକ କରିଛନ୍ତି। ସେହିପରି ବଲିଉଡର ଷ୍ଟାର ମଧ୍ୟ ତାଙ୍କସହ ଫଟୋ କ୍ଲିକ କରିବାକୁ ପସନ୍ଦ କରନ୍ତି। ସେ ବଲିଉଡର ଅନେକ ବଡ଼ ବଡ଼ କଳାକାର ଏବଂ ସୁପରଷ୍ଟାରଙ୍କ ସହ କାମ କରି ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କର ପରଲୋକ ଘଟିବା ଖବର ସାରା ବଲିଉଡରେ ଶୋକର ଛାୟା ଖେଳିଯାଇଛି।

Get real time updates directly on you device, subscribe now.