fbpx

ସେ ଦୌଡିଲେ ସୌନ୍ଦର୍ଯ୍ୟ ଝରେ, ଦୁନିଆର ସବୁଠୁ ସୁନ୍ଦର ଆଥଲେଟ, ପଡିଆ ବି ପ୍ରଶଂସା କରେ ଓ କୁହେ-Alica Achmidt

ଓଡିଶା ଭାସ୍କର: ପ୍ୟାରିସ ଅଲିମ୍ପକ୍ସରେ ଆଥଲେଟମାନେ ନିଜର ପ୍ରଦର୍ଶନ ବଳରେ ଫ୍ୟାନ୍ସଙ୍କ ହୃଦୟ ଜିତି ନେଇଛନ୍ତି । ଏହି ଅଲିମ୍ପିକ୍ସ ମହାକୁମ୍ଭରେ ବଡ ବଡ ରେକର୍ଡ ସୃଷ୍ଟି ମଧ୍ୟ ହୋିଛିା ମାତ୍ର ପ୍ୟାରିସ ଅଲିମ୍ପିକ୍ସରେ ଜଣେ ଆଥଲେଟ ନିଜର ସୌନ୍ଦର୍ଯ୍ୟତାରେ ସମସ୍ତଙ୍କୁ ଘାଇଲା କରିଛନ୍ତି । ପଡିଆରେ ଧାଉଁଥିବା ସମୟରେ ଏହି ଆଥଲେଟଙ୍କ ସୁନ୍ଦରତା ପ୍ରଶଂସକଙ୍କ ହୃଦୟରେ ପ୍ରେମର ପରଷ ଭରେ ଓ ହୃଦୟରେ ଶିହରଣ ନାମକ ପ୍ରେମ ଦୌଡିବାରେ ଲାଗେ । ଏମିତି ଜଣେ ଆଥଲେଟଙ୍କ ନାମ ହେଉଛି ଏଲିକା ଶ୍ମିଟ । ନିଜର ପ୍ରତିଭା ସାଙ୍ଗକୁ ସୁନ୍ଦରତା ତାଙ୍କୁ ‘ବ୍ୟୁଟି ୱିଥ ବ୍ରେନ’ କରିଛି ।

ଏଲିକା ଶ୍ମିଟ ଟ୍ରାକ ଆଣ୍ଡ ଫିଲ୍ଡ ଇଭେଣ୍ଟ ଆଥଲେଟ ଅଟନ୍ତି । ସେ ୪ ଗୁଣା ୪୦୦ ମିଟର ରିଲେ ର‌୍ୟାସରେ ଭାଗ ନେଇଥିଲେ । ଫାଇନାଲରେ ସେ ପଦକ ରେସରୁ କିନ୍ତୁ ଆଉଟ ହୋଇଯାଇଥିଲେ । ଫଳରେ ସପ୍ତମ ସ୍ଥାନରେ ରହି ଏଲିକା ନିଜର ଅଭିଯାନ ଶେଷ କରିଛନ୍ତି । ଏଲିକାଙ୍କ ଜନ୍ମ ୮ ନଭେମ୍ବର ୧୯୯୮ ମସିହାରେ ଜର୍ମାମୀର ୱାର୍ମ୍ସରେ ହୋଇଥିଲା । ଏବେ ତାଙ୍କୁ ପ୍ରାୟ ୨୫ ବର୍ଷ ବୟସ ହେଉଛି । ବିଶ୍ୱର ସବୁଠୁ ସୌନ୍ଦର୍ଯ୍ୟମୟୀ ଆଥଲେଟ ଏଲିକା ହଲିଉଡ ତଥା ବଲିଉଡ ଅଭିନେତ୍ରୀଙ୍କୁ ବି ମାତ ଦିଅନ୍ତି ।

Get real time updates directly on you device, subscribe now.