fbpx

୯୦ ବର୍ଷ ପରେ ଦୁର୍ଲ୍ଲଭ ଯୋଗ, ଶ୍ରାବଣର ଅନ୍ତିମ ସୋମବାର ହେବ ସ୍ୱତନ୍ତ୍ର, ବହୁରାଶିରେ ବର୍ଷିବ ଭୋଲେନାଥଙ୍କ କୃପା

ଓଡିଶା ଭାସ୍କର: ହିନ୍ଦୁଧର୍ମର ପବିତ୍ର ମାସ ଶ୍ରାବଣ ୨୨ ଜୁଲାଇରୁ ଆରମ୍ଭ ହୋଇ ୧୯ ଅଗଷ୍ଟରେ ଶେଷ ହେବାକୁ ଯାଉଛି । ଏହାପରେ ଭାଦ୍ରପଦ ମାସର ଆରମ୍ଭ ହେବ । ଶ୍ରାବଣ ହେଉଛି ଭୋଲେନାଥଙ୍କ ପ୍ରିୟ ମାସ । ଏହି ମାସରେ ଶିବଭକ୍ତମାନେ ଦେବାଧିଦେବ ମହାଦେବଙ୍କ ପୂଜା- ଅଭିଷେକ କରନ୍ତି ।

ସେମିତି ବି ଶ୍ରାବଣର ପୂର୍ଣ୍ଣମାସ ହିଁ ବିଶେଷ ମହତ୍ତ୍ୱ ରଖେ । ସାଧାରଣଭାବେ ଅନ୍ତିମ ସୋମବାକୁ ବହୁତ ଗୁରୁତ୍ୱପୂର୍ଣ୍ଣ ମଣାଯାଏ । ଯେଉଁ ଲୋକମାନେ କୌଣସି କରଣବଶତଃ ସୋମବାରର ବ୍ରତ ରଖି ପାରନ୍ତି ନାହିଁ, ସେମାନେ ଅନ୍ତିମ ସୋମବାରର ବ୍ରତ ନିଶ୍ଚୟ ରଖନ୍ତୁ । କହିରଖୁ, ଏହିବର୍ଷ ଶ୍ରାବଣର ଶୁଭାରମ୍ଭ ଶିବଙ୍କ ପ୍ରିୟ ବାର ସୋମବାରରେ ଆରମ୍ଭ ହୋଇ ସୋମବାର ଦିନରେ ହିଁ ଶେଷ ହେବ । ଆସନ୍ତା ୧୯ ଅଗଷ୍ଟରେ ଶ୍ରାବଣର ଶେଷ ସୋମବାର ପଡୁଛି । ତାହାସହ ରକ୍ଷାବନ୍ଧନ ବା ଶ୍ରାବଣ ପୂର୍ଣ୍ଣିମା ବି ଏହି ଦିନ ଅନୁଷ୍ଠିତ ହେବ ।

ଚଳିତବର୍ଷ ଶ୍ରାବଣର ଅନ୍ତିମ ସୋମବାରରେ ଜୌତିଷାଚାର୍ଯ୍ୟଙ୍କ ମତଅନୁସାରେ, ସର୍ବାର୍ଥ ସିଦ୍ଧି ଯୋଗ, ଶୋଭନ ଯୋଗ, ରବି ଯୋଗ ତଥା ଶ୍ରାବଣ ନକ୍ଷତ୍ରର ଦୁର୍ଲ୍ଲଭ ସଂଯୋଗ ରହିଛି । ତାହାସହ ଶ୍ରାବଣର ଅନ୍ତିମ ଦିନ ବି ସୋମବାର ପଡୁଥିବାରୁ ଏହି ଦିନ ଆହୁରି ମହତ୍ତ୍ୱର୍ଣ୍ଣ ହୋଇ ଉଠୁଛି । ଜୌତିଷ ମତାନୁସାରେ, ଏଭଳି ସଂଯୋଗ ୯୦ ବର୍ଷ ପରେ ଆସିବ । ଯାହାର ଶୁଭ ପ୍ରଭାବ କେତେକ ରାଶି ଉପରେ ପଡିବ ।

ମେଷ ରାଶି: ମେଷ ରାଶି ପାଇଁ ଶ୍ରାବଣର ଅନ୍ତିମ ସୋମବାରର ଏହି ଦୁଲ୍ଲ୍‌ଭ ଯୋଗ ବିଶେଷ ଲାଭ ଦେବାକୁ ଯାଉଛି । ଏହି ରାଶିର ଲୋକଙ୍କୁ ଧନର ଲାଭ ହେବ । ତାହାସହ ଧନ ସମ୍ବନ୍ଧୀୟ ଚାଲୁଥିବା ସମସ୍ୟାର ସମାଧାନ ମଧ୍ୟ ହେବ । କ୍ୟାରିଅର ତଥା ବ୍ୟବସାୟ ପାଇଁ ମଧ୍ୟ ଏହା ଲାଭଦାୟକ ରହିବ ।

କର୍କଟ ରାଶି: ୯୦ ବର୍ଷ ପରେ ଆସିଥିବା ଏହି ଦୁର୍ଲ୍ଲଭ ଯୋଗ କର୍କଟ ରାଶିର ଲୋକଙ୍କ ପାଇଁ ବି ଶୁଭଦାୟକ ହେବ । ଏହି ଦୁର୍ଲ୍ଲଭ ସଂଯୋଗ ଏହି ରାଶିର ଲୋକଙ୍କ ପାଇଁ ଶୁଭ ପ୍ରଭାବ ସହ ଖୁସିର ଆଗମନ ନେଇ ଆସିବ ଓ ଜୀବନ ସକରାତ୍ମକତା ଲାଗି ରହିବ ।

ସିଂହ ରାଶି: ସିଂହ ରାଶି ଜାତକମାନଙ୍କ ପାଇଁ ଅନ୍ତିମ ସୋମବାର ବେଶ୍ ଶୁଭଦାୟକ ସାବ୍ୟସ୍ତ ହେବ । ଦାମ୍ପତ୍ତ୍ୟ ଜୀବନରେ ଚାଲୁଥିବା ସମସ୍ୟା ଦୂର ହେବ । ତାହାସହ ପ୍ରେମ ସମ୍ପର୍କରେ ବି ନିବିଡତା ଆସିବ । କାର୍ଯ୍ୟକ୍ଷେତ୍ରରେ ମନମୁତାବକ ପରିଣାମ ପ୍ରାପ୍ତି ହେବ । ଏହାସହ ସିଂହ ରାଶିର ଲୋକମାନେ ସଫଳତାର ନୂଆ ଶିଢି ଚଢିବେ ।

Get real time updates directly on you device, subscribe now.