fbpx

ଏସିଡିଟି ସମସ୍ୟାରୁ ମୁକୁଳିବାକୁ ଚାହାଁନ୍ତି କି ? ଆପଣାନ୍ତୁ ଏହି ଉପାୟ, ମୂଳରୁ ଗାଏବ ହେବ ଏହି ରୋଗ

ଓଡିଶା ଭାସ୍କର: ଖାଦ୍ୟ ସେବନରେ ଅନିୟମିତତା ଏସିଡିଟିର ମୁଖ୍ୟ କାରଣ। ଖାଦ୍ୟ ସେବନରେ ଅନିୟମିତତା ଏସିଡିଟିର ମୁଖ୍ୟ କାରଣ। ଏସିଡିଟି ରୋଗୀଙ୍କୁ ଡାକ୍ତରମାନେ ଔଷଧ ଖାଇବାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ ଘରୋଇ ଉପଚାର ମାଧ୍ୟମରେ ପ୍ରାକୃତିକ ଉପାୟରେଏସିଡିଟି ଦୂର କରିହେବ।

ମେଥି ପାଣି: ଏସିଡିଟିରୁ ଆରାମ ଦେଇଥାଏ ମେଥି ପାଣି। ଏକ ଗ୍ଲାସ ପାଣିରେ ଅଧା ଚାମଚ ମେଥି ଭିଜାନ୍ତୁ। ସକାଳେ ଏହି ପାଣିକୁ ଫୁଟାନ୍ତୁ ଏବଂ ଏହାକୁ ଛାଣି ପିଅନ୍ତୁ। ଖାଲି ପେଟରେ ମେଥି ପାଣି ପିଇବା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୋଇଥାଏ।

ବେଲ ପଣା : ହଜମ ପ୍ରକ୍ରିୟା ପାଇଁ ବେଲ ଏକ ସର୍ବଶ୍ରେଷ୍ଟ ଉପାଦାନ। ଏହା ଅମ୍ଳତାକୁ ବହୁ ପରିମାଣରେ ହ୍ରାସ କରିପାରେ। ଏସିଡିଟି ସମୟରେ ହେଉଥିବା ପେଟର ଜ୍ୱଳନକୁ ହ୍ରାସ କରିଥାଏ ବେଲ। ତେଣୁ ଏସିଡିଟିରୁ ମୁକ୍ତି ପାଇଁ ବେଲରେ ତିଆରି ସରବତ ଅତ୍ୟନ୍ତ ଲାଭଦାୟକ ।

ଖାଦ୍ୟକୁ ଭଲ ଭାବରେ ଚୋବାନ୍ତୁ : ଏସିଡିଟି ସମସ୍ୟାକୁ ଦୂର କରିବାର ପ୍ରଥମ ଉପାୟ ହେଉଛି, ଯାହା ଖାଉଛନ୍ତି ଭଲ ଭାବେ ଚୋବାଇ ଖାଆନ୍ତୁ। କାରଣ ଖାଦ୍ୟ ହଜମ ପ୍ରଥମେ ପାଟିରୁ ହିଁ ଆରମ୍ଭ ହୋଇଥାଏ। ଖାଦ୍ୟ ସଠିକ୍ ଭାବେ ଚୋବେଇ ଖାଇଲେ ଏସିଡିଟି ଅନେକାଂଶରେ ଦୂର ହୋଇପାରିବ।

ତୁଳସୀ ସରବତ: ଅମ୍ଳତାରୁ ମୁକ୍ତି ପାଇବା ପାଇଁ ଲାଉ ଏବଂ ତୁଳସୀ ରସ ବେଶ୍ ଉପକାରୀ। ଏହାକୁ ଜୁସ୍ କରି ପିଇଲେ ଅମ୍ଳତାରୁ ମୁକ୍ତି ମିଳେ।

Get real time updates directly on you device, subscribe now.