fbpx

(Video) ନିବେଶକଙ୍କ ଟଙ୍କା ବୁଡିଗଲେ, କିଏ ରହିବ ଦାୟୀ? ଅମ୍ପାୟାରଙ୍କ ଉଦାହରଣ ଦେଇ ରାହୁଲ ଗାନ୍ଧୀ ପଚାରିଲେ ପ୍ରଶ୍ନ

ନୂଆଦିଲ୍ଲୀ: ଆମେରିକୀୟ ଅନୁସନ୍ଧାନକାରୀ କମ୍ପାନୀ ହିଣ୍ଡନବର୍ଗ ରିସର୍ଚ୍ଚ ଏକ ନୂଆ ରିପୋର୍ଟରେ ସିଧାସଳଖ ଦାବି କରିଛି ଯେ, ବଜାର ନିୟାମକ ସେବି ଚେୟାରମ୍ୟାନ ମାଧବୀ ପୁରୀ ବୁଚ ଆଦାନୀ ଗ୍ରୁପ ସହ ମିଶିଥିବା ଦାବି କରିଛନ୍ତି, ଯାହାପରେ ଭାରତର ରାଜନୀତି ମହଲରେ ଉତ୍ତେଜନା ଦେଖାଦେଇଛି। ରବିବାର ଦିନ ଲୋକସଭାରେ ବିରୋଧୀ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭିଡିଓ ମେସେଜ ଜାରି କରି ଏହି ମାମଲାରେ ତିନୋଟି ବଡ଼ ପ୍ରଶ୍ନ ପଚାରିଛନ୍ତି। ୟୁପି ରାୟବରେଲୀର ସାଂସଦ କହିଛନ୍ତି ଯେ, ଛୋଟ ଖୁଚୁରା ନିବେଶକଙ୍କ ସଂପତ୍ତିର ସୁରକ୍ଷାର ଦାୟିତ୍ୱ ସମ୍ଭାଳୁଥିବା ସେବୀ ଚିଫଙ୍କ ବିରୋଧରେ ଲାଗିଥିବା ଅଭିଯୋଗ ସହ ବୁଝାମଣା କରିଛନ୍ତି। ଦେଶର ସଚ୍ଚୋଟ ନିବେଶକଙ୍କୂ ନେଇ ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରହିଛି।

ରାହୁଲ ଗାନ୍ଧୀ ଏକ୍ସ ପୋଷ୍ଟରେ ଯେଉଁ ତିନୋଟି ପ୍ରଶ୍ନ ପଚାରିଛନ୍ତି, ସେଗୁଡିକ ହେଲା- ସେବୀ ଅଧ୍ୟକ୍ଷ ମାଧବୀ ପୁରୀ ବୁଚ ଏପର୍ଯ୍ୟନ ଇସ୍ତଫା କାହିଁକି ଦେଇନାହାନ୍ତି? ଯଦି ନିବେଶକ ସେମାନଙ୍କର କଷ୍ଟରେ ଉପାର୍ଜିତ ଟଙ୍କା ହରାନ୍ତି ତେବେ ଏଥିପାଇଁ କିଏ ଦାୟୀ ରହିବ.. ପିଏମ ମୋଦୀ, ସେବୀ ଅଧ୍ୟକ୍ଷ, ନା ଗୌତମ ଅଦାନୀ? ଗମ୍ଭୀର ଅଭିଯୋଗ ଆସିବା ପରେ, ବର୍ତ୍ତମାନ ସୁପ୍ରିମକୋର୍ଟ ପୁଣିଥରେ ଏହି ମାମଲାରେ ରାୟ ଦେବେ?

କଂଗ୍ରେସ ସାଂସଦଙ୍କ ମୁତାବକ, ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ, ପ୍ରଧାନମନ୍ତ୍ରୀ କାହିଁକି ନରେନ୍ଦ୍ର ମୋଦୀ ଜେପିସି ଯାଞ୍ଚରେ ଭୟ କରୁଛନ୍ତି ଏବଂ ଏଥିରେ କଣ ଖୁଲାସା ହୋଇପାରେ? ଋାହୁଲ ଗାନ୍ଧୀ ଯେଉଁ ଭିଡିଓ ସେୟାର କରିଛନ୍ତି, ଆରମ୍ଭରୁ ସେ ସେହି କ୍ରିକେଟ ମ୍ୟାଚର ଅମ୍ପାୟାର ବିଷୟରେ ଉଲ୍ଲେଖ କରିଛନ୍ତି ଯିଏ କମ୍ପ୍ରୋମାଇଜ ହୋଇଥାଏ। ସେ ପ୍ରଶ୍ନ ପଚାରିଛନ୍ତି ଏବଂ ଉଦାହରଣ ଦେଇ କହିଛନ୍ତି ଯେ, ଯେବେ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମ୍ୟାଚରେ ଅମ୍ପାୟାର ହିଁ କମ୍ପ୍ରୋମାଇଜ ହେବେ ତେବେ ସେହି ମ୍ୟାଚର କଣ ହେବ।

Get real time updates directly on you device, subscribe now.