fbpx

Independence Day 2024: ସହିଦ ହୋଇ ସାରିଛନ୍ତି, ମାତ୍ର ୪୮ ବର୍ଷ ପରେ ବି ଦେଶର ସୁରକ୍ଷା କରୁଛନ୍ତି, ଏମିତି ଜଣେ ଯବାନ, ଜାଣନ୍ତୁ…

ଓଡିଶା ଭାସ୍କର: ସୈନିକ ମରିଗଲେ ତାହାକୁ ମୃତକ ନୁହେଁ ସହିଦ କୁହାଯାଏ । ଦେଶର ସୁରକ୍ଷା ପାଇଁ ଜଣେ ସୈନିକ ପ୍ରତିଶ୍ରୁତିବଦ୍ଧ ଥାଏ । ନିଜ ଗାଁ ମାଟିକୁ ଛାଡି ଚାଲିଯାଏ, ଦେଶମାତୃକାର ସେବା ପାଇଁ । ସ୍ତ୍ରୀର ପ୍ରସବ ସମୟରେ ବି ତାହାର ହିରୋ ବୋର୍ଡରେ ନିଜ କର୍ତ୍ତବ୍ୟ କରୁଥାଏ । କେବଳ ମନରେ ଗୋଟିଏ ଉଦ୍ଦେଶ୍ୟ ଥାଏ, ଦେଶକୁ କିଭଳି ଶତ୍ରୁ ଆକ୍ରମଣରୁ ରକ୍ଷା କରିବ । ପରିବାରଠୁ ଦୂରେଇ ଯାଇ ଦେଶ ପ୍ରେମରେ ପାଗଳ ଥାଏ ଯବାନ । ପ୍ରେମିକାକୁ ଚିଠି ଲେଖେ ଓ ଦେଶପ୍ରେମ କଥା କୁହେ ସୈନିକ । ଆଉ ସୈନିକ ମରିଲେ ସହିଦ ହୋଇଯାଏ । ଅମର ହୋଇ ଉଠେ ତାହାର ଦେଶସେବା ।

ଏହିକ୍ରମରେ ଏମିତି ଜଣେ ସୈନିକ ଅଛନ୍ତି, ଯିଏ ମରିକି ବି ଦେଶର ସେବା କରୁଛନ୍ତି । ତାହା ପୁଣି ୪୮ ବର୍ଷ ହେବ । ଶୁଣିବାକୁ ଅସାଧାରଣ ଭଳି ପ୍ରତୀୟମାନ ହେଉଥିବା ଏ ଶବ୍ଦ ବାସ୍ତବତାର ନିଦର୍ଶନ ଅଟେ । ଏମିତି ଜଣେ ସୈନିକର ନାମ ହେଉଛି ହରଭଜନ ସିଂ । ଯିଏ ସିକିମ ସୀମାରେ ଆଜିବି ଦେଶ ସେବାରେ ନିୟୋଜିତ । ଯଦିବା ସେ ସହିଦ । ସୀମାରେ ତାଙ୍କର ଏକ ମନ୍ଦିର ମଧ୍ୟ ନିର୍ମିତ ହୋଇଛି । ଭାରତୀୟ ସୈନିକମାନେ ତାଙ୍କୁ ଦେଖିବା ପାଇଁ ଯାଆନ୍ତି ଓ ତାଙ୍କ ଦେଖାରେଖା ବି କରନ୍ତି । ତାଙ୍କର ସାହସ ଆଗରେ ଶତ୍ରୁ ଭୟଭୀତ ହୁଏ । ଚୀନରୁ ରଚାଯାଉଥିବା ଷଡଯନ୍ତ୍ର ବାବଦରେ ଏହି ସହିଦ ସୈନିକ ପୂର୍ବାନୁମାନ ଲଗାଇ ନିଅନ୍ତି ବୋଲି ମାନ୍ୟତା ରହିଛି ।

ବାବା ହରଭଜନ ସିଂଙ୍କ ଆତ୍ମାକୁ ନେଇ ଚୀନ ସୈନିକଙ୍କ ହୋସ ଉଡିଯାଏ । ତାଙ୍କର ମନ୍ଦିରକୁ ଗଲେ ଲାଗେ କି ସେ ସେଠାରେ ସର୍ବଦା ବିଦ୍ୟମାନ ହେଇ ଅଛନ୍ତି ସେ । ଭାରତୀୟ ସେନାର ଅନେକ ସୈନିକ ମଧ୍ୟ ଏଭଳି ରୋଚକ କଥା କହନ୍ତି । ଭାରତ ଓ ଚୀନର କୌଣସି ବୈଠକ ହେଲେ ଏହି ସହିଦ ସୈନିକଙ୍କ ପାଇଁ ଗୋଟିଏ ଚୌକି ସବୁବେଳେ ଖାଲି ରଖାଯାଏ । ତାଙ୍କୁ ତାଙ୍କର ପାଉଣା ବି ମିଳେ ଓ ସେ ବୋର୍ଡରେ ନିଜର କର୍ତ୍ତବ୍ୟ ବି କରନ୍ତି । ସେ ନିରନ୍ତର ନିଜର ଡ୍ୟୁଟିକୁ ସୁଚାରୁରୂପେ ତୁଲାଇ ଥାଆନ୍ତି । ପୂର୍ବରୁ ଏହି ସହିଦ ସୈନିକ ସାଧାରଣ ସୈନିକ ଭଳି ଛୁଟିରେ ଯାଉଥିଲେ । ମାତ୍ର ଆପତ୍ତି ହେବାରୁ ସେ ବର୍ଷର ସବୁ ସମୟରେ କର୍ତ୍ତବ୍ୟ କରୁଛନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରତିଦିନ ମନ୍ଦିରରେ ତାଙ୍କ ପାଇଁ ବିଛଣା ମଧ୍ୟ ଲାଗେ । ବାବା ହରଭଜନ ସିଂ ଜଣେ ସାଧାରଣ ସୈନିକ ଭଳି ଜୀବନଯାପନ କରନ୍ତି । ଭାରତୀୟ ସେନାର ବର୍ଦି ସହ ଜୋତା ମଧ୍ୟ ତାଙ୍କ ପାଇଁ ରହିଛି ମନ୍ଦିରରେ । ବାବା ହରଭଜନ ସିଂଙ୍କ ଜନ୍ମ ୩୦ ଅଗଷ୍ଟ ୧୯୪୬ ମସିହାରେ ହୋଇଥିଲା । ସେ ଭାରତୀୟ ସେନାରେ ମାତ୍ର ୨ ବର୍ଷ କାର୍ଯ୍ୟ କରିଥିଲେ । ସିକିମରେ ଏକ ଘଟଣାରେ ସେ ସହିଦ ହୋଇ ଯାଇଥିଲେ । କହିରଖୁ, ବାବା ହରଭଜନ ସିଂ ନଦୀ ପାର ହେଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ନଦୀ ପାଣିର ତୀବ୍ରତା ତାଙ୍କୁ ମାରି ଦେଇଥିଲା । ମାତ୍ର ମରିକି ସେ ସହିଦ ହୋଇ ଯାଇଥିଲେ । ତାଙ୍କର ବଙ୍କରଙ୍କୁ ମନ୍ଦିରର ରୂପ ଦିଆଯାଇଛି ଓ ସେ ଏବେ ୪୮ ବର୍ଷ ହେବ ଭାରତର ସେବା କରୁଛନ୍ତି । ସମସ୍ତେ ତାଙ୍କ ସାହସ ଓ ସେବା ଦେଖି କହନ୍ତି- ସଲାମ…ସୋଲଜର….

 

Get real time updates directly on you device, subscribe now.